STORYMIRROR

Dharmapada Mohapatra

Others

3  

Dharmapada Mohapatra

Others

ଝରକା

ଝରକା

1 min
161


ନିହାତି ଜରୁରୀ

ଘର ଟିଏ ଥିଲେ

ହୁଏ ଆଲୋକିତ

ସୁନ୍ଦର ସୃଷ୍ଟିର

ଝାପ୍ସାରେ

ଝରକାର ଫାଙ୍କରେ 

ପବନ ଆସେ 

ଯାଏ ବାହାରି ।

ଝରକା ଟିଏ ଥିଲେ

ଘର ପାଇଁ ହିତ

ମୁକ୍ତ ବାୟୁ ଚଳା ଚଳ

ସ୍ୱାସ୍ଥ୍ୟ ପାଇଁ ଭଲ ବହୁତ

ଯୋଗାଭ୍ୟାସ ସହିତ

ରୋଗ ବିଶେଷଜ୍ଞ ଙ୍କ 

ମତ ।

ଝିଅ ଟିଏ ବସିଛି

ଝରକା ଖୋଲି 

ମଳୟ ପବନ ଝଟକାରେ

ବର୍ତ୍ତମାନ ସ୍ଥିତି କୁ ନେଇ

ଯୋଜନା କରେ

ଅତୀତ ଯାଏ ଭୂଲି ।

ପିଲା ଟି ପଢୁଥିଲେ

ପାଠ 

ଝରକା ପାଖରେ 

ସୁଲୁସୁଲିଆ ପବନ ରେ

ଫୁର୍ତ୍ତି ମନରେ ଭରେ

ଅଧା ମନ ପାଠ 

ଅଧା ମନ ବାହାରେ ।

ଗାଁ ଗହଳିରେ 

ଆନନ୍ଦ ମନରେ

ଲାଗେ ହସ

ଉପଭୋଗ କରେ

ବାହାରର ପରିବେଶ

ନୂଆ ବୋହୂ ଟି 

ଓଢ଼ଣା ଟେକି

ଚାହେଁ ସେ ଲୟରେ

ଝରକାର ଫାଙ୍କରେ ।

ଝରକା ଟା 

ଥିଲେ ଖୋଲା 

ଘର ହେଉ ବା ଯାନ 

ଯାହା ମିଳିଲା 

କବି ଓ ଲେଖକର 

ସରେନି

ଅସରନ୍ତି ଭାବ ଧାରା ।

ସତରେ ଝରକା 

ଅତି ନିଆରା ।



Rate this content
Log in