STORYMIRROR

Dharmapada Mohapatra

Others

4  

Dharmapada Mohapatra

Others

କିଏ କାହା ପାଇଁ

କିଏ କାହା ପାଇଁ

1 min
243

ମଉଜତ କରୁ ପରବକୁ ନେଇ

ଦେଉଳ ରେ ଦିଅଁ ଭକତ ପାଇଁ

ଅନ୍ତର ଭରି ଡାକିଲେ ତାକୁ

ଦୁଃଖ ଦୂର ହୁଏ, ଭକତର ମନ

ଯେବେ, ବୁଝିଲା ସେହି l

ଗାଁ ର ସମ୍ପର୍କ ସହରେ ନାହିଁ

ପିଲାଦିନ ସାଥି ସମ କେ କାହିଁ?

ଯେତେ ପ୍ରତିଷ୍ଠିତ ହେଲେ 

ବନ୍ଧୁ ବନ୍ଧୁର ମନ ଚିହ୍ନିଥିଲେ

ଅନ୍ତର ସେନେହ ରହେ ଜୀଇଁ l

ମା ର ମମତା ତୁଳନା ନାହିଁ

ନିଆରା ର ଭାବ ଭଉଣୀ ଭାଇ

ଆପଣା ଛାଏଁ ସେ ସମାଧାନ ହୁଏ 

ସଂସାରେ ଯେତେ ଝଡ ଆସିଲେ ବି

କେହି କାହାରିକୁ ଭୁଲନ୍ତି ନାହିଁ l

ବିଦ୍ୟାଳୟ ଖୋଲା ଶିକ୍ଷାର୍ଥୀ ପାଇଁ

ଶିଷ୍ୟଙ୍କର ଗୁରୁ ପୂଜ୍ୟ ଅଟନ୍ତି

ଅଜ୍ଞାନ ଅନ୍ଧାରୁ ଦୁରେଇ ଯାଆନ୍ତି

ଗୁରୁଙ୍କଠୁ ଶିକ୍ଷା ଦାନ ପାଇଁ

ପ୍ରତିଷ୍ଠିତ ହୁଏ,

ଗୁରୁ ଆଦର୍ଶକୁ ସାଥିରେ ନେଇ l

ଡାକ୍ତରଖାନା ସଦା ରୋଗୀଙ୍କ ପାଇଁ 

ସେବିକା, ଡାକ୍ତର, ରୋଗର ଯୋଦ୍ଧା ଦୁଇ

ଦ୍ଵିତୀୟ ଇଶ୍ୱର, ଅଟନ୍ତି ଡାକ୍ତର 

ରୋଗ ଦୂର ହୁଏ ରୋଗୀର 

ନିଃସ୍ୱାର୍ଥପର ସେବାକୁ ନେଇ l

ଦଇବ ଦଉଡି ମଣିଷ ଗାଈ 

କପାଳ ଲିଖନ ଆନ ନ ହୁଅଇ

ସଂସାରେ ଜିଣିବା ଟିକେ ତ୍ୟାଗ ପାଇଁ 

କିଏ ବା ଜାଣେ କଣ ଘଟିବ

ଆଜିର ଜୀବନ କାଲିକି ନାହିଁ l



Rate this content
Log in