ଛାଡପତ୍ର
ଛାଡପତ୍ର
1 min
223
ଛାଡପତ୍ର ବ୍ୟାଧି ସଂସାରେ ବ୍ୟାପିଛି
କେ ଜାଣେ ତା ସମାଧାନ?
କେଉଁ ଫର୍ଦ୍ଦ କlଗଜେ ଶେଷ ହୋଇ ଯାଏ
ପୂତ ବିବାହ ବନ୍ଧନ।।
ଦୁହିଁଙ୍କ ମଧ୍ୟରେ ବୁଝାମଣା ଥିଲେ
ହସି ଉଠେ ପରିବାର।
ନ ନେବା ନିିଷ୍ପତ୍ତି ଛାଡପତ୍ର ଦେବା
ସମ୍ପର୍କ ସାତ ଜନ୍ମର।।
ସଂସ୍କାର ଦେଲେ ନିଜ ସନ୍ତାନକୁ
ସୁଖୀ ହୁଏ ପରିବାର
ସଂସାରେ ଯେବେ ଦ୍ଵନ୍ଦ ଆସିଯାଏ
ବୁଝାମଣା ଅଟେ ସାର ।।
ପୁଂସବନଠୁ ଅନ୍ତେଷ୍ଟି କ୍ରିୟା
ସଂସାର ଅଟେ ସାଗର ।
ଛାଡପତ୍ର ପରି ଚାରି ଶବଦ ରେ
ହୋଇପାରିବନି ପାର ।।
ବିବାହ ବନ୍ଧନରେ ଦୁଇ ଆତ୍ମା ଗୁନ୍ଥା
ସାକ୍ଷୀ ତ ବେଦୀୀ ନିଆଁ
ଛାଡପତ୍ର ରେ ଛିଡି ଯାଏ ଡୋର
ମନେ ଭରି ବାଣ ଧୂଆ ।।
ସଂସାର ଭିତରେ ଘର କରିଥିଲେ
ପଥର ପଡିଲେ ସହିି।
ଜୀବନଟା ବୁୁଝାମଣା ପୁସ୍ତକ
ପଢୁଥିିବା ମନଦେଇ।।
