ଠାକୁର ଘର
ଠାକୁର ଘର
1 min
245
ଦିଅଁ ରହନ୍ତି ଠାକୁର ଘରେ
ଭକ୍ତି ଅର୍ଘ୍ୟ ରେ ମନ ବି ପୁରେ l
ପରମ୍ପରା ରେ ପାଳୁ ପାର୍ବଣ
ସ୍ଵଚ୍ଛତା ଭରେ ସଭୀଙ୍କ ମନ l
ଘର ର ମୁଖ୍ୟ ଠାକୁର ଘର
ତା ପରିବେଶ ଲାଗେ ନିଜର l
ଠାକୁର ଘରେ ମା ଦୀପଟେ ଜାଳେ
ମଥା ନୁଆଁଇ ନୀତି ପ୍ରଣତି ଢାଳେ l
ଫୁଲ, ଧୂପ, ଦୀପ ନୈବେଦ୍ୟ ବାଢେ
ଗୀତା ଭାଗବତ ନୀତି ସେ ପଢ଼େ l
ପର୍ବ ପର୍ବାଣୀ ରେ ଠାକୁର ଘର
ଝୋଟି ଚିତା ପଡି ଦିଶେ ସୁନ୍ଦର l
ଠାକୁର ଘରେ ସକାଳୁ କରି ଜଣାଣ
ମୋ କାମ ଆରମ୍ଭ କରେ ପ୍ରତିଦିନ l
ଗୁରୁତ୍ଵ କାମ ଓ ନୀତି ଦିନ ବୃତ୍ତି
ତାରି ପୟରେ ରହୁ ମୋ ମତି l
