STORYMIRROR

Kabiratna Nutan Kumar Behera

Tragedy

4  

Kabiratna Nutan Kumar Behera

Tragedy

ଦୁଇ ନିଆଁର ଦୁନିଆଁ

ଦୁଇ ନିଆଁର ଦୁନିଆଁ

1 min
337

ଦୁଇ ନିଆଁର ଦୁନିଆଁ

ଜନମିଲେ ଏନ୍ତୁଡି଼ର ନିଆଁ 

ମଲେ ଜୁଇର ନିଆଁ

ମଝି ଯେତେ ଖାଲି ଧୂଆଁ।


ଏ ଦୁଇ ନିଆଁର ବ୍ୟବଧାନ

କେଇଟା ଦିନ

ମଣିଷର ଜୀବନ 

କେତେ ମାନ ଅଭିମାନ

ରାଗ ରୁଷା ମନ ଊଣା

ସବୁର ହୁଏ ଅବସାନ।


ଲୋଭ ମୋହର ଏଠି କିମିଆଁ

ମନ ଅମାନିଆଁ 

ଏଣୁ ତେଣୁ ହୁଏ ଛାନିଆଁ

ଛଟପଟ ମଣିଷପଣିଆଁ।


ହୁଏ ଭାବ ବିନିମୟ

ଥିଲେ ସହୃଦୟ

ନତୁବା ନିର୍ଦ୍ଦୟ 

ଲାଗିଥାଏ ଜୟ ପରାଜୟ

ଖୋଜେ ଉପାୟ

ନ ପାଇଲେ ଅଥୟ।


କାମନା ପରେ କାମନା

ଭୋଗେ କେତେ ଯାତନା

ଦୁଃଖ ଆଉ ଯନ୍ତ୍ରଣା 

ଅଶେଷ କଳ୍ପନା

ସରେନା ଏଠି ଭାବନା

ଯେତେ ହେଲେ ହୁଏ ଊଣା।


ସଂପର୍କ ମିଛ

ଚାଲିଯାଏ ଜଣେ

ନ ଭାବି ଆଗପଛ 

ମନଟା ରହେ ଅସ୍ୱଚ୍ଛ

ଚାଲି ଯାଏ ଛାଡି଼ ସବୁ

ଧନ ସମ୍ପତ୍ତିକୁ କରି ତୁଚ୍ଛ।


ବୁଝି ଅବୁଝା ହୁଏ ମନ

ଜ୍ଞାନ ଥାଇ ଅଜ୍ଞାନ

ରାତି ସରେ

ସରେନା ସପନ 

ରହେନା ଏକ ଧ୍ୟାନ

ଅଭାବ ଅନାଟନ

ଅସମ୍ପୂର୍ଣ୍ଣ ଜୀବନ।


ଦୁଇ ନିଆଁର ଦୁନିଆଁ

ହେବାରୁ ବୋଧହୁଏ 

ଜୀବନ କୁହୁଳି ହୁଏ ଧୂଆଁ 

ଗର୍ବେ ହୁଏ ସିନା ଟାଣୁଆଁ

ଭୁଲି ଯାଇ ଥାଏ

ଅଢେଇ ଦିନର ସେ କୁଣିଆଁ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy