STORYMIRROR

Panchanan Jena

Inspirational

4  

Panchanan Jena

Inspirational

ଦୁଃସ୍ଥ ବାରୁଣାବନ୍ତ

ଦୁଃସ୍ଥ ବାରୁଣାବନ୍ତ

1 min
234

କବିତା - ଦୁଃସ୍ଥ ବାରୁଣାବନ୍ତ

ରଚନା - ପଞ୍ଚାନନ ଜେନା

ତାରିଖ -୯-୧୧-୨୦୨୪


 ଅଧର୍ମର ଦିନେ ହେବ ଅନ୍ତ

ଧର୍ମଯାତ୍ରା ସବୁକାଳେ ଅନନ୍ତ ଦିଗନ୍ତ


ଅହଙ୍କାର ଯାତ୍ରା ଦିନେ ଲଭିବ ସଂହାର

ମାନବତା ଯୁଗେ ଯୁଗେ କସ୍ତୁରି ଅତର


ଅର୍ଥ ବାହୁବଳ ସବୁ କ୍ଷଣିକ ଅଳିକ

ପଦ ପଦବୀ କେବଳ ବୟସ ବଣିକ

ସତ୍ୟ ନ୍ୟାୟ ପାଇଁ ପାତନା ଅନେକ

ଶେଷରେ ଜୟ ଜୟକାର 

ବିଜୟ ତିଳକ ମିଳିବ ଉପସଂହାର ଫଳକ


ପତ୍ରଝଡ଼ା କେବଳ ଘଟଣାଚକ୍ର

ଋତୁଚକ୍ର ପ୍ରବାହରେ ପ୍ରବାହିତ ବୃତ୍ତାନ୍ତ

ବାରମାସ ସାରା ହୁଏ କି ବସନ୍ତ ?


ଶାନ୍ତି - ଅଶାନ୍ତି ବୋଧେ ଫେଣ୍ଟାଫେଣ୍ଟି

ଭଲ - ଖରାପ ବୋଧେ ଘାଣ୍ଟାଘାଣ୍ଟି

ଆଲୁଅ - ଅନ୍ଧାର ବୋଧେ କୁଟାକୁଟି

ସୁଖ - ଦୁଃଖ ବୋଧେ ବଣ୍ଟାବଣ୍ଟି

କେବଳ ଜୀବନର ସମୀକରଣ ସାରାଂସ

ବୁଝିପାରିଲେ ଶୀଘ୍ର ଜୀବନ ହସନ୍ତ

ବୁଝି ନପାରିଲେ ଜୀବନ ଦୁଃସ୍ଥ ବାରୁଣାବନ୍ତ

ଚାରି ଦିନର ଜୀବନ ସାରିବ କି ସମସ୍ୟାର ଅନ୍ତ ?


Rate this content
Log in

Similar oriya poem from Inspirational