STORYMIRROR

Ajit Kumar Raut

Tragedy

4  

Ajit Kumar Raut

Tragedy

ଦୁଃଖିତ କରୁଛି ଅତି

ଦୁଃଖିତ କରୁଛି ଅତି

1 min
581

ସ୍ବାଧୀନ ଦେଶର ନରନାରୀ ଆମେ

ଖାଉଛେ ଦେଶର ଅର୍ଣ୍ଣ

ରହିଛେ ଆରାମେ ନାହିଁ ଭୟ ଏଠି

ଧର୍ମ ଭକ୍ତି ପରିପୂର୍ଣ୍ଣ।


  ଯାଇ ବିଦେଶକୁ ଦେଶ ଅପମାନ

  କରୁଛନ୍ତି କିଛି ଜନ

  ତାଙ୍କ ସମର୍ଥନ ପୁରୁଣା ପାର୍ଟିରେ

   ଶୁଭୁ ଅଛି ଘନଘନ।


କୃଷ୍ଣ ରାମ ଭୂମି ପବିତ୍ର ଭୂମି

ଏ ଜଗନ୍ନାଥ ଭୂମି ଏହୁ

ନିନ୍ଦା ହୁଏ ତାର ବିଦେଶୀ ଭୂମିରେ

ଚିନ୍ତିତ କରୁଛି ଏହୁ।


   ଲଜ୍ୟା ଲାଗୁ ଅଛି ଦେଖି ଗତିବିଧି

   ଦେଶ ଶତ୍ରୁ ପରି ମଣ

   ବାସ୍ତବରେ ଏହୁ ଦେଶର ହିଁ ଶତ୍ରୁ

   ଦେଶବାସୀ କିମ୍ପା ମଣ ।


ବଦନେ ଯାହାର ଦେଶ ଭକ୍ତି ଅଛି

କରୁଥିବ ଦେଶ ଟାଣ

ଗାଇବ ବିଦେଶେ ଦେଶର ଗୌରବ

ରାଷ୍ଟ୍ର ହୀତେ ମନପ୍ରାଣେ ।


   ଇସ୍ରାଏଲ ପରି ରାଷ୍ଟ୍ର ଭକ୍ତ ହେବା

   ପ୍ରଯୋଜନ ଦେଶେ ହେଉ

   ଦେଶର ବିରୋଧ ସହି ହେଉ ନାହିଁ

   ରାଷ୍ଟ୍ରଦ୍ରୋହ ଦଣ୍ଡ ହେଉ ।


ରାଷ୍ଟ୍ରର ବିରୋଧେ କହିବାଟା ହେଉ 

ରାଷ୍ଟ୍ରଦ୍ରୋହିର ଶ୍ରେଣୀରେ

ଦେଶଦ୍ରୋହି ପରି ଦଣ୍ଡିତ ହୁଅନ୍ତୁ

କାନୂନ ବନୁ ତାହାରେ ।


   ଅଧିକାର ଅଛି କହିବାକୁ ଜନେ

   ଜନହୀତ କାର୍ଯ୍ୟ ପାଇଁ

   ଦେଶର ବିରୋଧ ଅଧିକାର ନାହିଁ

   ସେହୁ ନହୁ ଦେଶ ପାଇଁ ।


ଦେଶଦ୍ରୋହି ପରି ଦଣ୍ଡିତ କରହେ

କଠୋର ଦଣ୍ଡେ ଦଣ୍ଡିତ

ଏପରି ଜନରେ ପ୍ରଯୋଜନ ନାହିଁ

ବହିଷ୍କାର କର ନିତ୍ୟ ।


   ତେବେ ହିଁ ସମ୍ମାନ ବଢିବ ରାଷ୍ଟ୍ରର

   ପାଇବ ଗୌରବ ଦେଶେ

   ସତ୍ତାର ନିମନ୍ତେ ନେତା ଚାହୁଁଛନ୍ତି

   ଅସ୍ଥିର ହେଉ ଟି ଦେଶ।


ଦେଶ ଅପମାନ ବିଦେଶେ କରନ୍ତି

ସମ୍ମାନ କରନ୍ତି ତାଙ୍କୁ

ଏପରି ପାର୍ଟିର ବହିଷ୍କାର କର

ମନରେ ରଖିଣ ତାଙ୍କୁ ।


  ଧର୍ମ ପରାୟଣ ପବିତ୍ର ଏ ଦେଶ

    ଶତ୍ରୁଙ୍କ ନଜର ଏଠି

   ଦେଶ ଶତ୍ରୁଙ୍କର ମନ୍ତ୍ରଣା ଚାଲିଛି

   ଦଣ୍ଡିତ କର ହେ ଏଠି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy