Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bharatabandhu Biswal

Inspirational

3  

Bharatabandhu Biswal

Inspirational

ଦୁଃଖ ଦରିଆରେ ମୋ ଛୋଟ ଘର

ଦୁଃଖ ଦରିଆରେ ମୋ ଛୋଟ ଘର

1 min
161



ଆସିଛି ଆଶ୍ୱିନ ଶରଦେ ପାର୍ବଣ 

ବିଜେ ହେବେ ମାଆ ପୁର ନଗର 

କି ଦେଇ ପୂଜିବି କି ଅଛି ମୋହର

ଦୁଃଖ ଦରିଆରେ ମୋ ଛୋଟ ଘର ।


ଅତି ଅସହାୟ ନାହିଁ ମୋ ସମ୍ବଳ

ପୂର୍ବ ମୋ ଐତିହ୍ୟ ହଜିଛି ଶୀରି 

ଭକ୍ତିପୂତ ଚିତ୍ତ ସମର୍ପଣ ଛଡା

କିଛି ପାରିବିନି ଅଧିକ କରି ।


ଲିପିପୋଛି ଘର କରିଛି ସୁତର

ପକାଇଛି ଝୋଟି କାନ୍ଥରେ ଚିତା 

ମାଖି ଦେଇଅଛି ନାଲି ରଙ୍ଗ ଟିପା

ରାଗିବନି ମାଆ କରିବ କୃପା ।


ସ୍ଥାପି ଶୁଭଘଟ ବସାଇବି ସାଜ

ମୋ କୃପାଣ ବର୍ଚ୍ଛା ଶାଣିତ ଖଣ୍ଡା 

ହୋମ ମନ୍ତ୍ର ପାଠ କରିବେ ଗୋସାଇଁ

ତିଆରିବି ଭୋଗ ପିଠା ଓ ମଣ୍ଡା ।


ତୁହି ନବଦୂର୍ଗା ମାଆ ଶୈଳପୁତ୍ରୀ

ଉମା ଚନ୍ଦ୍ର ଘଣ୍ଟା ଦେବୀ କୁଷ୍ମାଣ୍ଡା 

ଶକ୍ତି ରୂପା ତୁହି ଦେବୀ ସ୍କନ୍ଦମାତା

କାତ୍ୟାୟନୀ ଗୈ।ରୀ ମା ସ୍ୱୟଂ ସିଦ୍ଧା ।


ନାଶ ମା ଦୁର୍ଗତି ଅନ୍ୟାୟ ଅନୀତି

ଦିଅ ପ୍ରତି ପ୍ରାଣେ ଉଲ୍ଲାସ ଭରି 

ନ ମଣନ୍ତୁ କେହି ଅବଳା ଦୁର୍ବଳା

ଦିଅ ମା ଅଭୟ କରୁ ଗୁହାରି ।


ତୁହି ଆଦିଶକ୍ତି ଜଗତଜନନୀ

ଯଜ୍ଞ ସ୍ୱରୂପିଣୀ ମାଆ ବିରଜା 

ହୋଇଥିବୁ ମାଆ ସାହା ଓ ଭରସା

ଉଡାଇବୁ ବାନା ତୋ ସିଂହ ଧ୍ୱଜା ।

  ------



Rate this content
Log in

Similar oriya poem from Inspirational