ଦିପାବଳୀ
ଦିପାବଳୀ
ଅମାବାସ୍ୟାର ଅମାବୁକୁ ଚିରି ଆଲୋକମାଳାର ରୋଷଣି ଧରି,
ଦୀପାବଳି ଆଜି ଆସିଛି ଧରାକୁ ସଭିଙ୍କ ମନରେ ଆନନ୍ଦଭରି |
ପିତୃପୁରୁଷଙ୍କୁ ଏହି ଦିବସରେ ଶ୍ରଦ୍ଧାରେ ପିଲାଏ ଦିଅନ୍ତି ଶ୍ରାଦ୍ଧ,
କେତେସୁନ୍ଦର ଏ ପରମ୍ପରା ସତେ ସେଥିରେ କେବେହେଁ ନ ଲାଗୁ ଦାଗ |
ସଞ୍ଜ ନଇଁଗଲେ ଆଲୋକମାଳାରେ ଘର ଓ ବାହାର ଝଲସି ଉଠେ,
କାଉଁରିଆ ଜାଳି ପିତୃପୁରୁଷଙ୍କୁ ବଡବଡୁଆ ହୋ ପୁଅତ ଡାକେ |
ଏ ମାସରେ ବହୁ ପୋକ ହୋଇଥାନ୍ତି ଦୀପର ନିଆଁରେ ମରନ୍ତି ସିଏ,
ଦୀପଜାଳି ଏହି ପରବ ପାଳିଲେ ପର୍ବର ଉଦ୍ଦେଶ୍ୟ ସାଧିତ ହୁଏ
ଦୀପାବଳି ହେଲା ଆଲୋକର ପର୍ବ ଦୀପଜାଳି ଏହି ପରବ ହେଉ,
ଆତସବାଜିର ପ୍ରତିଯୋଗିତାରେ ପ୍ରଦୁଷଣ ଆଉ ବଢା ନଯାଉ |
ପରବଦିନରେ ପରବ ପାଳିବା ହସ,ଖୁସି,ମଜାଆନନ୍ଦକରି,
ହସ,ଖୁସି,ମଜା ମାନେ ନୁହେଁଆମେ ପରିବେଶ କଥା ଯିବାଟିଭୁଲି |
ବାଣ କେତେ କ୍ଷତି କରୁଛି ଆମର ଜାଣିସୁଧା ଆମେ ମାରୁଛେ ବାଣ,
କ୍ଷଣିକସୁଖରେ ଆହ୍ଲାଦିତ ହୋଇ ପରିବେଶ ପ୍ରତି ଦେଉନେ ଧ୍ୟାନ |
କେତେ ମରୁଛନ୍ତି ପୋଡିହୋଇ ବାଣେ ବାରୁଦ ବାୟୁକୁ କରିଦୁଷିତ,
ଡାକି ଆଣୁଅଛି ମୃତ୍ୟୁ ଓ ବିପଦ ତଥାପି ମଣିଷ ନୁହେଁ ଚିନ୍ତିତ |
ଆଲୋକର ପର୍ବ ଦୀପାବଳି ଏଯେ ଆଲୋକରେ ଘର ସଜିତ ହେଉ,
ଫୋଟକା ଫୁଟାଇ ବାୟୁ ପ୍ରଦୁଷଣେ ଅକାରଣେ ରୋଗ ଡକା ନଯାଉ |