ଦୁହିତା
ଦୁହିତା
ହାତଧରି ମୋର ଚାଲି ଶିଖେଇଲ,ବାଟର କଣ୍ଟାକୁ ଆଡେଇତ ଦେଲ, ବିପଦରେ ଆଗ ତମେ ଠିଆ ହେଲ , ଦୁନିଆ ଆଖିରୁ ବଞ୍ଚେଇ ରଖିଲ।
ବଦଳିବ ଦିନେ ଏଇ ମୋ ଠିକଣା, ସେଥିପାଇଁ ମନ ହୁଏ ବାଟବଣା, କାହା ହାତଧରି ବାଟ ମୁଁ ଚାଲିବି ,ଡର ଲାଗିଲେ ମୁଁ କାହାକୁ ଡାକିବି, ଝିଅର ତ ଏଇ ଭାଗ୍ୟର ପାଉଣା, ଘରେ ଯିଏ ଥାଏ ଘରର ଆଇନା,ଆଉ କାହା ।
ଘରେ ହୋଇ ଯାଏ ଚୁନା, ଜାଣେନା ସେ ନିଜେ ନିଜର ଠିକଣା, ବାପା ସାଥେ ଖାଇ ଆଗ ଉଠିଯାଇ ,ମା ପାଖେ ବସି କୁହଇ କେତେ,ଶାଶୁ ଘରେ ଯାଇ ସଭିଙ୍କୁ ଡାକଇ ,କିଏ ଖାଇଲା କିଏ ନ ଖାଏ ବୁଝେ, ଗୋଟିଏ ଦିନରେ ପର ହୋଇଯାଏ।
ଅନେକ ବର୍ଷ ର ସବୁ ସମ୍ପର୍କ, ଅଜଣା ଅଚିନ୍ହା ନିଜର ହୁଅନ୍ତି,ବଡ଼ ହୋଇଯାଏ ଟୋପେ ସିନ୍ଦୂର, କି ନିଷ୍ଠୁର ସୃଷ୍ଟି ରହିଛି ବିଧାତା, ଝିଅର ଜୀବନ ସଞ୍ଜ ସଳିତା,ନିଜ କୁଳ ବୋଲି ନ କହି ବି କେହି, ହୁଏ ସେ ଦୁଇ କୁଳକୁ ହିତା ।
