Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sanjya Tripathy

Classics

4  

Sanjya Tripathy

Classics

ଦଶହରା

ଦଶହରା

1 min
339



ଦଶହରା ଆସିଛି

ଆଲୋକିତ ଅନ୍ଧକାରର ଅନାବୃତ ଅଧ୍ୟାୟରେ

ଅଲିଭା କାଳିରେ ଲିଖିତ ଅକାଟ୍ୟ ଫର୍ଭରେ

ଅନୁରଶିତ ଆବହ ସଂଗୀତର ଅରୁଣ ଆଭାରେ ।

ଦଶହରା ଆସିଅଛି

କୁଢ଼ କୁଢ଼ ଆବର୍ଜନା ଭିତରେ ସ୍ୱଚ୍ଛତାର ଉପହାସରେ

କଦମ୍ବ ବନର କୌମୁଦୀ ସୌରଭରେ କୁରେଇ ଫୁଲରେ

ରୋମାଞ୍ଚିତ ରୋମ୍ୟଥନରେ ଶିହରିତ ସଂବେଗରେ ।

ଦଶହରା ଆସିଛି

ଅଛଡା ଅଭ୍ୟାସର ଅପଢ଼ା ପାଠରେ

ବିଲୁପ୍ତପ୍ରାୟ ନୈତିକତାର ନାତିଦୀର୍ଘ ଆଲୁଅରେ

କରୋନା ଅନାକଳିତ ପ୍ରଭାବରେ ମନ୍ଦିର ଅଭିବୃଦ୍ଧିରେ ।

ଦଶହରା ଆସିଅଛି

ଅଭିଯୋଗ ପ୍ରକୋଷ୍ଠର ଅପ୍ରାସଂଗିକତାରେ

ଅସଫଳ, ଆବିର୍ଭୁତ ଉନ୍ନୟନର ପୃଷ୍ଠଭୂମିରେ

ଅସୂର୍ଯ୍ୟପଶ୍ୟ ଅହଲ୍ୟର ଅଭୁଲା ଅଂତଃସ୍ଵରରେ ।

ଦଶହରା ଆସିବ

ପ୍ରଗତି ଓ ପରିବର୍ତ୍ତନର ପୃଥକ ଏକ ପରିଭାଷାରେ

ସମତୁଲ ସମାଜ ବ୍ୟବସ୍ଥାର ସାର୍ଥକ ସ୍ମପୁର

ସୃଜନଶୀଳତାର ଭିନ୍ନ ଏକ ଦିଗ୍ୟତରେ ।

ଦଶହରା ଆସିଛି

ଅପସଂସ୍କୃତିର ଅମା ଅନ୍ଧାରରେ- ନୀତିହୀନତାରେ

ଉଚ୍ଚାଭିଳାଷର ଅବପତନରେ-ନିଛକୁ ବାସ୍ତବତାରେ

ଶତାବ୍ଦୀର ମୋହରଂଗରେ- ସ୍ନାନି ଓ କାରୁଣ୍ୟରେ ।।


Rate this content
Log in

Similar oriya poem from Classics