STORYMIRROR

DILIP KUMAR SAHOO

Classics

3  

DILIP KUMAR SAHOO

Classics

ଦଶାବତାର ପୂଜା

ଦଶାବତାର ପୂଜା

1 min
185


ସେତ ଜରରେ ପଡନ୍ତି ଚତୁର୍ଦ୍ଧା ମୂରତୀ

କରି ସ୍ନାନରେ

ହୁଏ ଅଣସର ସେବା ଅଣସର ଘରେ

ରାତି ଦିନରେ

ଆରେ ମୋ କଳା ଦିଅଁ କଳା ଦିଅଁ କଳା ଦିଅଁ 

ଦଶ ଅବତାର ପୂଜା ଏଣେରେ

ଦେଖି ଭକତେ ହୁଅନ୍ତି ଧନ୍ୟରେ...


ଖାଲି ଖାଲି ରତ୍ନବେଦୀ ପଟ୍ଟିଦିଅଁ ବିଜେ

ଦେଉଳ ଉଠଇ ପୂରି ତ

ବାସୁଦେବ ରୂପେ ବିଜେ ପ୍ରଭୁ ବଳଦେବ

ସୁଭଦ୍ରା ଭୁବନେଶ୍ୱରୀ ତ

ଆରେ ମୋ କଳା ଦିଅଁ କଳା ଦିଅଁ କଳା ଦିଅଁ 

ପଟ୍ଟି ରେ ତୁମକୁ ଭକ୍ତ ଦେଖିରେ

କହେ କାଳିଆ ମୋ ନାରାୟଣରେ...


ପଟିଦିଅଁ ପାସେ ଉତ୍ସବ ବିଗ୍ରହ ସବୁ

ଦକ୍ଷିଣ ଘରୁ ଯେ ଆସନ୍ତି

ରାମକୃଷ୍ଣ ନରସିଂହ ଭୂଦେବୀ ଶ୍ରୀଦେବୀ

ପଲଙ୍କ ରେ ବିଜେ ହୁଅନ୍ତି

ଆରେ ମୋ କଳା ଦିଅଁ କଳା ଦିଅଁ କଳା ଦିଅଁ 

 ମଦନମୋହନ ଦୋଳଗୋବିନ୍ଦ 

ବିଜେ ସେତ ଭକ୍ତ ପ୍ରାଣ ଧନ ରେ...


ଗୁପତରେ ଚାଲେ ସେବା ଉପଚାର ଏଣେ

ବନ ମାଟି ମୁଦ ଘରରେ

ଘଷା ହେଉଥାଏ ଦେହେ ଫୁଲରି ତଇଳ

ଜଡି ଫୁଟି ଲାଗି ହୁଏରେ

ଆରେ ମୋ କଳା ଦିଅଁ କଳା ଦିଅଁ କଳା ଦିଅଁ 

ତୋ ଦେହ ଭଲ ହେବା ପାଇଁରେ

ଭକ୍ତ ଝୁରେ ନୀଳଚକ୍ର ଚାହିଁରେ...।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics