STORYMIRROR

Writer Roja Panda

Inspirational

3  

Writer Roja Panda

Inspirational

ଦରଦୀ ବନ୍ଧୁ "ଗଛ"

ଦରଦୀ ବନ୍ଧୁ "ଗଛ"

1 min
26.6K



ମୋ ପରି ଉପକାରୀ ବନ୍ଧୁ ଦୁନିଆଁରେ କେହିନାହିଁ

ତଥାପି ମତେ ଏ ସମାଜ ଦିନକୁଦିନ ନିପାତ କରୁଥାଇ II

ମୋରି ସାହାଯ୍ୟ ବଳେ,ଆକାଶୁ ବରଷା ଝରେ

ମନୁଷ୍ୟ ବଞ୍ଚିବାପାଇଁ, ଅମ୍ଳଜାନ ମୋଠାରୁ ଲୋଡ଼େ II

ଭୋକ ମେଣ୍ଟାଇବାପାଇଁ, ଖାଦ୍ୟ ମୁଁ ଯୋଗାଇଦିଏ

ବାସଗୃହ ପାଇଁ ମୋର , ପୁରା ଦେହ ଲୋଡ଼ା ହୁଏ II

ମୋ ପତ୍ର ,ଚେରରେ ବୈଦ୍ୟ , ଔଷଧ ତିଆରି କରେ

ଯାହା ସାହାଯ୍ୟରେ ପ୍ରାଣୀ , ସୁସ୍ଥ ହୋଇ ରହେ ମହୀରେ II

ବାଟୋଇକି ସଦା ଦେଉଥାଏ ଛାଇ, ରକ୍ଷାକରି ଝାଞ୍ଜି ଖରାରୁ

ମୋହରି ଅଂଶରେ ନିଆଁ ଜାଳି ପ୍ରାଣୀ,ରକ୍ଷାପାଏ ଶୀତଦାଉରୁ II

ଜୀବନର ଅନ୍ତେ ମସାଣି ଭୁଇଁରେ,ମୋ କାଠେ ବିଛଣା ତିଆରି ହୁଏ

ସେଇ ବିଛଣାରେ ସୁଆଇ ପ୍ରାଣୀଙ୍କୁ ,ନିଆଁ ଦେଇ ମୁଖେ ମୁକତି ଦିଏ II

ଏତେ ତ୍ୟାଗ କରି ମଣିଷଙ୍କପାଇଁ,ତଥାପି ମୋ ମୂଲ ବୁଝେନା କେହି

ମଣିଷର ଏହି ବିଚିତ୍ର ଲୀଳାକୁ ,ଚେଷ୍ଟା ସତ୍ୱେ ସହିପାରେନା ମୁହିଁ II

ଧୀରେ ଧୀରେ ମୁହିଁ ବିରଳାଭିମୁଖୀ, ଅଳ୍ପଦିନେ ଶେଷ ହୋଇଯିବି

ତାପରେ ମନୁଷ୍ୟ ଖୋଜୁଥିବ ମତେ,ଦୃଶ୍ୟମାନ ଆଉ ନହୋଇବି II

ବରଷା ହେବନି, ମରୁଡି ଆସିବ, ଅଙ୍ଗାରକାମ୍ଳରେ ପୁରିବ ମହୀ

ଶେଷରେ ମଣିଷ ହାଃହାଃକାର ହେଇ, ଅନୁତପ୍ତ ହେବ ମୋର ବନ୍ଧୁତ୍ୱ ହରାଇ II


ରୋଜା ପଣ୍ଡା

ପୂର୍ଣ୍ଣାନନ୍ଦ ଭବନ

ନେତାଜୀ ନଗର, ମଧୁପାଟଣା

କଟକ-753010

EMail-roja.saumya@gmail.com


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational