STORYMIRROR

Santosh Sahu

Classics

3  

Santosh Sahu

Classics

ଦୀପାବଳୀ

ଦୀପାବଳୀ

1 min
187


ଘରେ ଜାଳ ଦୀପ ସୌନ୍ଦର୍ଯ୍ୟ ଲାଗିବ

ମନେ ସ୍ନେହ ଦୀପ ଜାଳି

ଦୀପର ଆଲୋକେ ତମସା ହଟିବ

ହସ ର ଜୁଆର ଖେଳି ।


ଦୀପ ରେ ଦୀପ୍ତିମାନ ହେଉ ଏ ପୃଥିବୀ

ହରି ନେଉ ସବୁ ଦୁଃଖ

ସବୁରି ମନରେ ସବୁରି ପ୍ରାଣରେ

ଭାବନାରେ ହେବା ଏକ ।


ଆଲୋକିତ କର ଗାଆଁ ରୁ ସହର

ମନ ଆଲୋକିତ କରି

କାହାରି ହୃଦୟେ ଦେବନି ଯନ୍ତ୍ରଣା

ପ୍ରତିଜ୍ଞା ଆଲୋକ ଜାଳି ।


ସଜାଇ ଦେବା ରେ ପ୍ରଦୀପ ମାଳା ରେ

ସୁନ୍ଦର ଦିଶିବ ଘର

ହରି ନେବା ଆମେ ସବୁରି ମାନସୁ

ଦୁଃଖ କଷ୍ଟ କ୍ଲେଶ ଭାର ।


ମନ ର ପାପ କୁ ଜାଳି ଦେବା ଆଗେ

ହିଂସା କପଟ କୁ ଜାଳି

ଅହିଂସା ମନରେ ପ୍ରୀତି ର ସାଗରେ

ଜାଳିବା ଆମେ ଦୀପାଳୀ ।


ଅନ୍ଧାର କୁ ଜିଣି ଆଲୋକ କରିବା

ଆମ ଏଇ ଦୁନିଆ କୁ

ଜୀବଜଗତ ରେ ସଭିଙ୍କର ମୂଲ୍ୟ

ଜାଣିବା ସେ ମହତକୁ ।


ଧନୀ କି ଗରିବ ଜାତି ଭେଦ ଭାବ

ଦୂର କରିଦେବା ମନୁ

ସଭିଏଁ ସମାନ ନୁହେଁ କେହି ଭିନ୍ନ

ଈଶ୍ବରଙ୍କ ସୃଷ୍ଟି ଯେଣୁ ।


ଦୀପ ର ଆଲୋକେ ଆଲୋକିତ ଧରା

ଅନ୍ଧାର ବିଜୟୀ ଆଲୋକ

ଅଧର୍ମ ଆଗରେ ଧର୍ମ ର ବିଜୟ

ଦୀପାବଳୀ ଏକ ପ୍ରତୀକ ।


   


Rate this content
Log in

Similar oriya poem from Classics