ମୁଁ ଦାଦନ
ମୁଁ ଦାଦନ
ମୁଁ ଚାଲୁଥିବି ଶେଷ ବିନ୍ଦୁ ରକ୍ତ ଥିବା ଯାଏଁ
ମୋ ଘରେ ପହଞ୍ଚିବା ଯାଏଁ
କୁନି ର କଥା ଶୁଣିବା ଯାଏଁ
ଅଟକି ରହିପାରିବିନି ମୁଁ ଦାଦନ
ମୋ ରଥ ଚାଲିଲେ ମିଳଇ ଅନ୍ନ
ନହେଲେ ଭୋକରେ କଟିବ ଦିନ
ମୁଁ ଦାଦନ ।
ମୋ ରକ୍ତ ଯେବେ ଝାଳ ରୂପ ନିଏ
ଗଢ଼ିଉଠେ ସହରର ସୁନ୍ଦର ନଅର
ଗଢ଼ିଉଠେ ସୁନ୍ଦର ନଗର
ଚକ୍ ଚାକ୍ କରେ ଗାଁ ଠାରୁ ସହର
ହେଲେ ମୁଁ ଯେମିତି ଥିଲି ସେମିତି
ମଳି ମୁଣ୍ଡିଆ ଦାଦନ ।
ମୁଁ ସଭିଙ୍କ ବାସ ସଜାଇ ପାରେ
କିନ୍ତୁ ମୋ ଘର ଭଙ୍ଗାରୁଜା
ପେଟ ପାଇଁ ଦାଦନ ସାଜେ
ପରିବାର ଓଠ ରେ ହସ ଖୋଜେ
ଧାଇଁ ଆସେ ହଜାର
ମାଇଲ୍ ବାଟ
ଏବେ ଫେରୁଛି ମରିବା ଆଗରୁ ହେବ ବୋଲି ଭେଟ,
ବାବୁ ମାନଙ୍କର ଯୋଜନା ଦାନ
ମୋ ପାଇଁ ସ୍ବପ୍ନ
ମୁଁ ଦାଦନ।
ଦାଦନ ହୋଇ ପାରେ ମୁଁ ଚୋର ନୁହେଁ
ଆଉ କାହାର ମୁଣ୍ଡରେ ପାଦ ଦେଇ
ଆଗକୁ ଯାଏନି,
ଝାଳ ବୁହା ଧନ ରେ ମୋ ପରିବାର ବଞ୍ଚେ
କାହାଠୁ ଛଡ଼ାଇ ଖାଏନି,
ମୋ ଚଲା ବାଟ ସଦା କଣ୍ଟକିତ
ତଥାପି ମୁଁ ଅଟକି ଯାଏନି
ଏବେ ସମୟ ମୋ ପରିବାର ଲୋକଙ୍କୁ ଭେଟି ବି
ଚାଲି ଚାଲି ହଉ କି ସମୂଦ୍ର ରେ ବିପଦରେ ହଉ
ମୋତେ ଅଟକାଇ ରଖନି
ମୋ ଫେରିବା ବାଟ ରହିଛି ଅନାଇଁ
ମୋ ପୁନେଇଁ ଜହ୍ନ,
ମୁଁ ଦାଦନ ।