STORYMIRROR

DILIP KUMAR SAHOO

Romance

3  

DILIP KUMAR SAHOO

Romance

ଦୀପ ଦିଏ ପ୍ରିତି ଲେପ

ଦୀପ ଦିଏ ପ୍ରିତି ଲେପ

1 min
249

       

               

     ଉଆଁସ ରାତିରେ ଆଲୁଅ ରୋଷଣୀ

          ଆଖି ରହିଯାଏ ଲାଖି 

    ଧାଡିଧାଡି ଦୀପ ଦିଏ ପ୍ରୀତି ଲେପ

           ଆଖିଏ ସପନ ମାଖି ...

       ବଉଳକୁ ମୋର କିମିଆ କରିଛି

           ତା ମନ ମଣିଷ ରୂପ

      ଏକା ଏକା ବସି  ଦିଅଁଙ୍କ ପାଖରେ

           ତା ଲାଗି ଜାଳୁଛି ଦୀପ

      ଦୀପ ଆଲୁଅରେ ତା ପାନ ପତର

          ମୁହଁ ଦିଶେ ଚିକିମିକି

           ଆଖି ରହିଯାଏ ଲାଖି.....

      ଶୀତ ଗୀତ ସୁରେ ଶିଶିର ଅସରା

          ଫୁଲକୁ କରଇ ଗେଲ

    ଫୁଲଙ୍କ ମେଳରେ  ରଙ୍ଗର ପସରା

         ବଉଳ ମୋ ଝଲମଲ

    ଲାଜ ଲାଜ ହୋଇ  ସଞ୍ଜସଳିତାରେ

         ପ୍ରୀତି ଗପ ଯାଏ ଲେଖି

         ଆଖି ରହିଯାଏ ଲାଖି.....

   ଫୋଟକାକୁ ତାର ଲାଗେ ଭାରି ଡର

     ଜଳାଏ ସେ ଫୁଲଝରି

 ଜାଣିଜାଣି "ସିଏ" ଫୋଟକା ମାରନ୍ତି

     ବଉଳ ମୋ ଯାଏ ଡରି

 ଡରିଯାଇ ସିଏ କୋଳରେ ତାଙ୍କର

     ମୁହଁକୁ ଦିଅଇ ଜାକି

     ଆଖିଏ ସପନ ମାଖି ...

   ଯାହା ପାଇଁ ସିଏ ଦୀପ ଜାଳିଥାଏ

     ଏ ସନ ଆସିନି ସିଏ

  କରୋନା କୋପରେ ଅସଜଡା ସବୁ

    ପ୍ରୀତି ଫୁଲ ଝୁରି ହୁଏ

 ତଥାପି ତା ବାଟ ଚାହିଁ ରହିଛି ତ

    ଅମାନିଆ ଦୁଇ ଆଖି

    ଆଖିଏ ସପନ ମାଖି ...

  

     

   



Rate this content
Log in

Similar oriya poem from Romance