ଦୀନବନ୍ଧୁ ନାମ ବହିଛ ଆପଣ
ଦୀନବନ୍ଧୁ ନାମ ବହିଛ ଆପଣ
ଦୀନବନ୍ଧୁ ନାମ ବହିଛ ଆପଣ
ଆହେ ପ୍ରଭୁ ଭାବଗ୍ରାହୀ
ଭାବକୁ ନିକଟ ଅଭାବକୁ ଦୂର
ଭକତ ପାରଇ ଛୁଇଁ ।
ଉଡ଼ୁଛି କେତନ ଆହେ ଜନାର୍ଦ୍ଦନ
ପୁରାଣ ଯୁଗରୁ କଳି
କେଡ଼େ ଦୟାବନ୍ତ ତୋଷି ଭକ୍ତ ଚିତ୍ତ
ସାଜିଛ ଗଳାର ମାଳି ।
ବିନା ମାଗୁଣିରେ ବୁଝି ଭକ୍ତ ମନ
ଲାଗି ପଡ଼ ଥାଳ ପୂରଣ ପାଇଁ
ଆଉ ଲୋଡ଼ା ନାହିଁ ଯଶ କି ବିଭବ
ସବୁ ତ ଦେଇଛ ମୋତେ
ଲୋଡ଼ା ଖାଲି ମୋର ମାନସିକ ବଳ
ଲାଗିବାକୁ ଜନ ହିତେ ।
ତୁମ ଆଶୀର୍ବାଦ ବିନା କି ସମ୍ଭବ
ନ ଚାହିଁଲେ ପତ୍ର ହଲେ ବି ନାହିଁ