STORYMIRROR

Shraddhanjali Dash

Inspirational Others

4  

Shraddhanjali Dash

Inspirational Others

ଦିଗହରା ପଥିକ ହେବାକୁ ଚାହେଁନି

ଦିଗହରା ପଥିକ ହେବାକୁ ଚାହେଁନି

1 min
346


ଦିଗହରା ପଥିକ 

ହେବାକୁ ଚାହେଁନି ମୁଁ,

ଉତ୍ତର ଆକାଶେ ଧ୍ରୁବତାରା 

ପରି ପଥଭ୍ରଷ୍ଟ ପଥିକକୁ

ପଥ ପ୍ରଦର୍ଶନ କରିବାରେ 

ବିଶ୍ୱାସ ରଖେ ମୁଁ।

ବଣମଲ୍ଲୀ ପରି ବଣରେ ଫୁଟି 

ମଉଳିବାକୁ ଚାହେଁନି ମୁଁ। 

ବରଂ ସବାଳୁଆ ପରି ସଂଘର୍ଷ କରି,

ସୁନ୍ଦର ପ୍ରଜାପତି ପରି 

ମୁକ୍ତ ନଭେ ଉଡ଼ିବାକୁ ଚାହେଁ ମୁଁ। 

ଗ୍ରୀଷ୍ମେ ପ୍ରବାହିତ ତତଲା ଝାଞ୍ଜି ପବନ 

ହେବାକୁ ଚାହେଁନି ମୁଁ,

ବରଂ ଗ୍ରୀଷ୍ମର ଉତ୍ତପ୍ତ କିରଣରୁ

ଆଶ୍ୱସ୍ତି ଦେଉଥିବା

ପଥ ପ୍ରାନ୍ତ ବୃକ୍ଷର  

ଶୀତଳ ଛାୟା ହେବାକୁ ଚାହେଁ ମୁଁ।



Rate this content
Log in

Similar oriya poem from Inspirational