STORYMIRROR

Shraddhanjali Dash

Others

3  

Shraddhanjali Dash

Others

ପ୍ରଶ୍ନ

ପ୍ରଶ୍ନ

1 min
148

ଅକାରଣେ ଦଣ୍ଡ ପାଏ ସେ, 

ସମାଜର ନିମ୍ନ ମାନସିକତା ପାଇଁ ।

କେବେ ଜଳେ ସେ ଯୌତୁକ ଜୁଇରେ, 

ତ ଆଉ କେବେ ପୁଣି ହାରିଯାଏ ସଭ୍ୟ ସମାଜର

ଭଦ୍ର ମୁଖାପିନ୍ଧା ନର ରାକ୍ଷାସ ଠାରେ।

ପୁଣି କେବେ ହୁଏ ବିବସ୍ତ୍ର !

କାହିଁକି ହୁଏ ଏ ଅମାନବୀୟ ବ୍ୟବହାର ତା 

ପ୍ରତି ??

ପ୍ରଶ୍ନ ଆଜି ମୋର ଏ ଶିକ୍ଷିତ ସମାଜ ପ୍ରତି?

ଆଉ କେବେ ସୁରକ୍ଷିତ ଏ ସମାଜ ତା ପାଇଁ?

ନାହାନ୍ତି ମାଧବ ଏଠି କୋଟି ବସ୍ତ୍ର ଦେବା ପାଇଁ,

କି ନାହାନ୍ତି ପଞ୍ଚୁ ପାଣ୍ଡବ ଏଠି ଧର୍ମ ଯୁଦ୍ଧ ପାଇଁ ।

ହେ ସଭ୍ୟ ଶିକ୍ଷିତ ସମାଜର ମଣିଷ ମାନେ

ଆଉ କେତେ ନାରୀ ସ୍ଵାଧୀନତା, ସୁରକ୍ଷା ଉପରେ

ତୁଚ୍ଛ ଭାଷଣ ଦେବ?

ଆଉ କେବେ ନାରୀ ପ୍ରକୃତରେ ସ୍ଵାଧୀନ ହବ?

ସହଜେ ସମାଜେ ବଞ୍ଚି ପାରିବ?

ପ୍ରଶ୍ନ ଆଜି ମୋର ଏ ଶିକ୍ଷିତ ସମାଜ ପ୍ରତି?

ଆଉ କେବେ ସୁରକ୍ଷିତ ଏ ସମାଜ ନାରୀ ପାଇଁ?


Rate this content
Log in