STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୩

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୩

Classics

ଧର୍ମ

ଧର୍ମ

1 min
13.7K


ମାଗୁଣୀ ଶତପଥୀ


ମୁଁ ଧର୍ମ, ହଁ ମୁଁ ଧର୍ମ

ତୁମେ ବୁଝିଛ ମୋତେ ?

ସୁବିଧାବାଦର ଛାଞ୍ଚରେ

ଘଷି ଚାଲିଛ ମୋତେ

କଣ୍ଟା ବ୍ରଶରେ ଶିଉଳି ପୂର୍ଣ୍ଣ କାନ୍ଥ ଘଷିଲା ପରି

ମୋ ଆବରଣ ରକ୍ତାକ୍ତ

ଯୁଦ୍ଧ ଫେରନ୍ତା ବୀର ସୈନିକ ପରି l

ତୁମେ ପାଇଛ ହଜାଇ ମୋ ଠିକଣା

ଠିକ ସର୍ପ ମୁଖେ ଦର୍ଦ୍ଦୁର ପରି

ଏକ ଅଭିଶପ୍ତ ଜୀବନ ଜୀଇଁ ଚାଲୁଛନ୍ତି

ବିକୃତ କରି ମୋତେ

ଦେଖ ମୋତେ ନୟନ ଭରି

ମୁଁ ନlହିଁ ମନ୍ଦିର ମସଜିଦ୍ ଗୀର୍ଜାରେ

ଅଛି ମୁଁ ତୁମ ମନରେ ହୃଦୟରେ ଅନ୍ତର ଆତ୍ମାରେ

ଅତି ସୂକ୍ଷମ ଭାବେ ମାତ୍ର ସହଜ ରୂପରେ

ପ୍ରେମରେ ସମ୍ମାନରେ ଆଦରରେ ଆଉ ମଣିଷପଣିଆରେ

ମୁଁ ଅତି ସରଳ, ସଦ୍ୟଜାତ ନିଷ୍ପାପ ଶିଶୁ

କୋଳେଇ ନିଅ ମୋତେ

ବାନ୍ଧ ନlହିଁ ପାଚେରୀ ମୋ ଚାରି ପଟେ

ହାତକୁ ହାତ କର ମୋତେ

ମୋ ପାଇଁ ରକ୍ତାକ୍ତ ନ ହେଉ ପୃଥିବୀ

ଆଉ ତୁମ କରତଳ

ମୋତେ ବୁଝ,ମୁଁ ଶାନ୍ତି ମୈତ୍ରୀ ସତ୍ୟ

ଆଉ ମୋ ପରିଭାଷା, ବିଶ୍ଵ ପ୍ରେମ l


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics