STORYMIRROR

Pramit Mohapatra

Inspirational

2  

Pramit Mohapatra

Inspirational

ଧନ୍ୟବାଦ ଝାଡୁଦାର

ଧନ୍ୟବାଦ ଝାଡୁଦାର

1 min
13.9K


ରାତି ସାରା ଖାଲି ବାଣର ଶବଦ

ସକାଳ ସେ ନିଛାଟିଆ,

ଝାଡୁଦାରଙ୍କ ମୁହଁ ପଡ଼େ ଫିକା

ମନଟି ପୁଣି ଛାନିଆ।


ସତେ ରାସ୍ତାରେ କି ବସିଥିଲା ହାଟ

ଲୋକ ଯାଇଛନ୍ତି ଚାଲି,

ନଈ ସେ ଉଭାନ, ଛାଡ଼ି ଯାଇଅଛି

ଶୁଷ୍କ ଏଇ ନଈ ବାଲି।

କେତେ ମୁଁ କରିବି ଆସିଛି ସହଳ

ରାସ୍ତା ଲାଗେ ପୁରା ବଣ,

ସଫା ମୁଁ କରିବି ପାହାନ୍ତିରୁ ଆସି

ତୁମେ ଫୁଟାଇବ ବାଣ।


ଘର ରଖିଥାଅ ବଣ ବୁଦା ପରି

ତୁମେ ପଛେ କାମଚୋର,

ମୋ ନିଦରୁ ଅଧା ଦିିଏ ତୁମ ପାଇଁ

ବୋଲି ସୁନ୍ଦର-ସହର।


ସଭିଏଁ ହୋଇ ଏକମତ

ସ୍ବଚ୍ଛ ରଖ ଏ ଭାରତ।




ମୁନ୍ନା ଭାଇ, ଗୁଣପୁର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational