STORYMIRROR

Minakumari Tahala

Children

4  

Minakumari Tahala

Children

ଧନ୍ୟବାଦ ଗୁରୁ

ଧନ୍ୟବାଦ ଗୁରୁ

1 min
343

ଗାଁ ସ୍କୁଲରେ ପାଠପଢା ବେଳେ

ଗୁରୁ ଦିନେ କହିଥିଲେ

ମନ୍ତ୍ରଟିଏ ସଦା ସାଇତି ରଖିବ

ଭୁଲି ଯିବ ନାହିଁ ପିଲେ।


ପିତା ମାତା ତୁମ ପ୍ରଥମ ଗୁରୁ

ତାଙ୍କ ନାମ ଜପ କରି

ଭକତି ଭାବରେ ସେବା ଯେ କରିବ

ସେ ଅଟନ୍ତି ଲକ୍ଷ୍ମୀ ହରି।


ଜୀବନ୍ତ ଠାକୁର ଲକ୍ଷ୍ମୀ ନାରାୟଣ

ପିତା ମାତା ରୁପେ ଉଭା

ତାଙ୍କ ଆଶିର୍ବାଦ ଅମୂଲ୍ୟ ସମ୍ପଦ

ତାଙ୍କ ରି କରିବା ସେବା।


ପାଷାଣ ଦିଅଁକୁ ପୁଜା କରି କେବେ

ପାଇବନି ସୁଖ ଶାନ୍ତି

ଅପାର ଆନନ୍ଦ ପାଇବ କେବଳ

ମାତୃ ପିତୃ ଦେବ ପୂଜି।


ତାଙ୍କ ରି ମୁଖ ରେ ହସକୁ ଫୁଟାଇ

ଜୀବନ କରିବ ଧନ୍ୟ

ଗୁରୁ ପିତା ମାତା ସେବାର ମନ୍ତ୍ରକୁ

ଜପୁ ଥିବ ରାତି ଦିନ।


ଧନ୍ୟବାଦ ଗୁରୁ ଏହି ମନ୍ତ୍ର ଟିକୁ

ସର୍ବଦା ରଖିଛି ମନେ

ଅଭୁଲା ସେ ସ୍ମୁତି ଗୁରୁଙ୍କର ନୀତି

ଭୁଲିବି ନାହିଁ ଜୀବନେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children