Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ajit Kumar Raut

Abstract

4  

Ajit Kumar Raut

Abstract

ଧନ୍ୟ ମୋ ଜନ୍ମଭୂମି

ଧନ୍ୟ ମୋ ଜନ୍ମଭୂମି

1 min
396


(ରାଗ:- କାଳୀ)


ଭାଗ୍ୟବାନ ମୁଁ ଜନମ ମୋର      


             ଗର୍ବିତ ଆଜି ଅତି


ଧର୍ମେ ଭୂଷିତ ପବିତ୍ର ଭୂମି    


            ଜନକଲ୍ୟାଣ ନିତି !!


ମନ୍ତ୍ର ଟି ଯାର ଅହିଂସା ସତ୍ୟ     


            କୃଷ୍ଣ ରାମ ଙ୍କ ଭୂମି


ନାମ ଗୁଞ୍ଜୁଛି କଳା ଠାକୁର 

      

           ଯେହୁ ବ୍ରହ୍ମାଣ୍ଡ ସ୍ବାମୀ !!


ଦେଉଛି ବିଶ୍ବେ ଶାନ୍ତିର ମନ୍ତ୍ର     


           ଏହୁ ଭାରତ ଭୁଇଁ 


ସମଗ୍ର ବିଶ୍ବେ ଆଜି ଆଦର    


            ଯୁବା ଯୁବତୀ ପାଇଁ !!


ମହାତ୍ମା ଗାନ୍ଧୀ ସୁଭାଷ ବୋଷ  


            କଲେ ସ୍ବାଧୀନ ଦେଶ


କଲେ ସ୍ବତନ୍ତ୍ର ଭୁଇଁ ଭାରତ   


           କୀର୍ତ୍ତି ଗୁଞ୍ଜେ ସର୍ବଶ୍ବ !!


ସ୍ବାଧୀନ ପାଇଁ ଦେଲେ ଜୀବନ       


          କେତେ ବୀର ସନ୍ତାନ


ପରାଧୀନ ର ବେଡ଼ି ରୁ ମୁକ୍ତ      


           କଲେ ଦୂର କ୍ରନ୍ଦନ !!


ଖୁଦୀରାମ ଓ ଭଗତ ସିଂହ    

   

         ଜନନୀ ରକ୍ଷା ପାଇଁ


ଶହୀଦ ହେଲେ କଲେ ସ୍ବତନ୍ତ୍ର     


         ଭାରତ ଆମ ଭୁଇଁ !!


ଊଧମ ସିଂହ ରାଜଗୁରୁ ରେ    

  

          ସ୍ୱତନ୍ତ୍ରତା ସଂଗ୍ରାମୀ 


ଚନ୍ଦ୍ରଶେଖର ଓ ଗୋପବନ୍ଧୁ       


         ଥିଲେରେ ପଥଗାମୀ !!


ଜ୍ଞାନେଭୂଷିତ ମଧୁସୂଦନ      

  

          ଥିଲେ ସ୍ବତନ୍ତ୍ର ଯଜ୍ଞେ


ତହୁଁ ସ୍ବାଧୀନ ଭାରତବର୍ଷ 


          ସ୍ମୃତି ରହିଛି ଅଙ୍ଗେ !!


ଆନନ୍ଦମୟ ସୁନ୍ଦର ଆହା 


           ଆମ ଭାରତ ଭୁଇଁ


ଖେଳୁଛେ କେତେ କଳେ ତାହର


          ଖୁସି ଆନନ୍ଦେ ଡେଇଁ !!


ଉନ୍ନତି କରେ ରାଷ୍ଟ୍ର ଆମର


           ଅମୃତ କାଳ ପରା


ଡିଜିଟାଲ ଟି ସମ୍ପୂର୍ଣ ଦେଶ


         ଭାଗ୍ୟବାନ ରେ ସାର !!


ରାଷ୍ଟ୍ରଭକ୍ତି ଟି ରକ୍ଷାରେ ତାର


           ରହୁ ସର୍ବଦା ମନ


ମିଶୁ ଜୀବନ ଭୁଇଁ ମାଟିରେ 


          ମନୁଷ୍ୟେ ରହୁ ଜ୍ଞାନ !!




Rate this content
Log in

Similar oriya poem from Abstract