Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

KRUTIBAS NAYAK

Inspirational Children

3  

KRUTIBAS NAYAK

Inspirational Children

ଦେଶ ବନ୍ଦନା :ଚିର ବନ୍ଦନୀୟା ତୁହି ମହନୀୟା -ଡକ୍ଟର କୃତ୍ତିବାସ ନାୟକ

ଦେଶ ବନ୍ଦନା :ଚିର ବନ୍ଦନୀୟା ତୁହି ମହନୀୟା -ଡକ୍ଟର କୃତ୍ତିବାସ ନାୟକ

1 min
332



ଚିର ବନ୍ଦନୀୟା ତୁହି ମହନୀୟା ଜନନୀ ମୋ ଜନ୍ମଭୂମି,

କୋଟି ସନ୍ତାନର ଜନନୀ ଭାରତ ଧର୍ମଭୂମି ପୁଣ୍ୟଭୂମି |(ଘୋଷା)


ମୂରତି ସଜେଇ ଦୀପଜାଳି ଏଠି ହିନ୍ଦୁ ପୂଜେ ଭଗବାନ,

ମନ୍ଦିରରେ ଶୁଭେ ଶଙ୍ଖ ଧ୍ଵନି ପୁଣି ହରେକୃଷ୍ଣ ହରେରାମ |

ମସଜିଦ ଗୀର୍ଜା ଗୁରୁଦ୍ୱାରେ ପୁଣି ଶୁଭେ ତା'ର ପ୍ରତିଧ୍ୱନି |

ଚିର ବନ୍ଦନୀୟା ତୁହି ମହନୀୟା ଜନନୀ ମୋ ଜନ୍ମଭୂମି |(1)


ମସଜିଦ ଯାଇ ମୁସଲିମ ଭାଇ ପୂଜେ ତା'ର ଆଲ୍ଲା ପୀର,

ପବିତ୍ର କୋରାନ କରେ ଉଚ୍ଚାରଣ ବୋଲେ ଆଲ୍ଲା ଆକବର |

ନମାଜ ପଢି ସେ ଧନ୍ୟ ମଣିଥାଏ ଗାଇ କୋରାନର ବାଣୀ |

ଚିର ବନ୍ଦନୀୟା ତୁହି ମହନୀୟା ଜନନୀ ମୋ ଜନ୍ମଭୂମି |(2)



ଗୀର୍ଜାରେ ଶୁଭେ ଯୀଶୁ ପ୍ରଭୁ ହେ ଉଦ୍ଧାର କରତା ତୁମେ,

ହଜାଇ ଦିଅ ହେ ମଜାଇ ଦିଅ ହେ ତୁମରି ଅମ୍ଲାନ ପ୍ରେମେ |

ସବୁ ଖ୍ରୀଷ୍ଟିୟାନ ମଣିଥାନ୍ତି ଧନ୍ୟ ବାଇବେଲ ବାଣୀ ଶୁଣି |

ଚିର ବନ୍ଦନୀୟା ତୁହି ମହନୀୟା ଜନନୀ ମୋ ଜନ୍ମଭୂମି | 3)







Rate this content
Log in

Similar oriya poem from Inspirational