STORYMIRROR

Gyanendriya Dash

Comedy Others

4  

Gyanendriya Dash

Comedy Others

ଦେବତା ଘର

ଦେବତା ଘର

2 mins
395


ଶୁଣ ଶୁଣ ଭାଇ ନ ହସି ଖିଲି ଖିଲି,

କିଏ କହେ ସରନେମ ତ କିଏ ଟାଇଟିଲି ।।

ଦାଶ, ଶତପଥୀ ଆଉ ମହାପାତର,

ବେହେରା ମିଶି ଠୁଳ ଦେବତା ଘର ।।

ଶୁଣ ଏବେ ପ୍ରଥମ ଦାଶଙ୍କର କଥା,

ଶୁଣିଲେ ନିଶ୍ଚୟ ତୁମ ହେବ ମୁଣ୍ଡ ବ୍ୟଥା ।।

ଶିବନାରାୟଣ ଯେ ନାଆଁ ତାଙ୍କର,

ସୁଟବୁଟ ଷ୍ଟାଇଲରେ ସେ ଆଗଭର ।।

ବାବୁ ଆମ ବ୍ୟାଗ ଗୁଟେ ଧରନ୍ତି ନାହିଁ,

ଚାଲୁଥିବେ ମେନ ରୋଡରେ ସିଗ୍ରେଟ ପିଇ ।।

କଥାବାର୍ତ୍ତା ତାଙ୍କର ଯେ ଏ ଟୁ ଜେଡ଼,

କାହାକୁ ଭେରି ଗୁଡ଼ ତ କାହାକୁ ବେଡ଼ ।।

ଶଶୁର ଘରେ ତାଙ୍କର ଚଳଣି ବଢ଼ିଆ,

ଶିବ ମନ୍ଦିରକୁ ଯା'ନ୍ତି ଧରି ସେ ନଡ଼ିଆ ।।

ଶତପଥୀ ବାବୁ ଆମ ସେ ନାରାୟଣ,

କାମ କରୁଥାନ୍ତି ଭଲ ସମସ୍ତେ ଯେ ଜାଣ ।।

ପନ୍ଦରଟା ଚାହା ଆଉ ପାନ କୋଡ଼ିଏ,

ପ୍ରତିଦିନ ତିନିଟାରେ ଭାତ ଖିଆ ହୁଏ ।।

ହେମଗିରି ଆସନ୍ତି ଯିଏ ଯେତେବେଳେ,

ବସଷ୍ଟାଣ୍ଡ ଆଣି ଛାଡ଼ନ୍ତି ସବୁବେଳେ ।।

ଘରେ ପାଣି ପମ୍ପ କଥା ବୁଝୁଥାନ୍ତି ସିଏ,

ଲୁହା ଗେଟ ତାଲା ଆଉ କେହି ନାଇଁ ଦିଏ ।।

ଦ୍ଵିତୀୟ ଦାଶଙ୍କ କଥା ନ କହିଲେ ଭଲ,

ଜ୍ଞାନେନ୍ଦ୍ରୀୟ ନାଆଁ ସିନା ସେ ଗୁଡୁମ ଅକଲ ।।

ଶାଗ ବଛା ଟୋଲ ଛଞ୍ଚା କାଟନ୍ତି ପରିବା,

ମିଠା ପ୍ରିୟ ସିନା ତାଙ୍କ ଟିକିଏ ରାଗିବା ।।

ମନ ବୁଝିଥିଲେ ସିଏ ଭାଆରି ସୁନ୍ଦର,

ଅବୁଝା ଥିଲେ ଟି ସିଏ ଅଜ୍ଞାନ ଭଣ୍ଡାର ।।

ପୁଡ଼ିଆ ଖାଆନ୍ତି ସିଏ ଥରକୁ ଥର,

ପେଟ କାଟେ ବୋଲି କେବେ ନ ଖା'ନ୍ତି ଆଚାର ।।

ତାଙ୍କ କଥା ଥାଉ ଯିବା ମହାପାତ୍ର ଘର,

ସୁରେଶ ବାବୁ ଯେ ଭାରି ଶାନ୍ତ ବ୍ୟବହାର ।।

ରାମଲତାରୁ ହେମଗିରି ପରିଚିତ ରାସ୍ତା,

ପାନ ଆଉ ଭାଙ୍ଗ ସିନା ତାଙ୍କପାଇଁ ଶସ୍ତା ।।

ଯାଆନ୍ତି ଜଙ୍ଗଲ ସେତ ଧରନ୍ତି କୁଟୁରା,

ଦ୍ୟନ୍ତି ତରଭୁଜ, ଅଣ୍ଡା ଆଉ ସାମତରା ।।

ଔଷଧରେ ସିଏ ପରା ଫୁଲ ନିମୋସ୍ଲାଇଡ଼,

ଆଣ୍ଟିବାଇଟିକ ସାଥେ କ୍ଲୋରିନ ଟକସାଇଡ଼ ।।

ପଞ୍ଚମରେ ବେହେରା ଘର ଯିବା,

ରମେଶ ନାମ ତାଙ୍କର କଥା ଟିକେ ହେବା ।।

ସକାଳୁ ଉଠିଲେ ପାଣି ଚାରି ଗ୍ଲାସ ପିଇ,

ଦିଲରୁବା ଖାଆନ୍ତି ସେ କେତେ ଥର ଭାଇ ।।

ହାଇଡ୍ରାଟେ କମ୍ପାନୀରେ ଲଗାଇ ଦେଇଣ,

ଭୋଜି ଭାତ ସାଙ୍ଗ ଭାଙ୍ଗ କରନ୍ତି ସେ ଜାଣ ।।

ପୂଜାପାଠ ନବରାତ୍ରୀ କରନ୍ତି ସେ ସଦା,

ବଜାର ଯିବାଟା ତାଙ୍କ ଅଟେ ଅସୁବିଧା ।।

ଦେବତା ଘରେ ସମସ୍ତେ ଯେବେ ଠୁଳ ହ୍ୱନ୍ତି,

ହେମଗିରି ଘରକୁ ତ ଦୁଲୁକେଇ ଦ୍ୟନ୍ତି ।।

ଏଇଠି ରଖୁଛି ଆଜି ଶାଶୁଘର କଥା,

କହି କହି ଲାଗିଲାଣି ମୋତେ ଭାରି ଅଥା ।।

      


Rate this content
Log in

Similar oriya poem from Comedy