STORYMIRROR

JITENDRA CHANDRA SAHOO

Comedy

4  

JITENDRA CHANDRA SAHOO

Comedy

ଦାନ୍ତ

ଦାନ୍ତ

1 min
247


ପଡିଶା ଘରର ଭାଉଜ ମୋହର 

ପାଖକୁ ଡାକିଲେ କରି ଆଦର

କେବେ ଠାରୁ ତୁମ ଦାନ୍ତ ପଡ଼ିଲାଣି

ଦିଶୁନି ମୁହଁରେ ହସ ସୁନ୍ଦର ।।

ନକଲି ଦାନ୍ତଟେ ଲଗାଇ ଦିଅଗୋ

ବୟସ ତ ବେଶି ନୁହେଁ ତୁମର

ଦାନ୍ତ ନାହିଁ ବୋଲି ସମୁଦୁଣୀ ତୁମ

ଫେରାଇ ନନେଉ ମୁହଁ ତାହାର ।।

ଭଲ କଥା ଟିଏ କହିଲ ଭାଉଜ

ଭାବି ମୁଁ ନଥିଲି ମନରେ କେବେ

ସେଥିପାଇଁ ବୋଧେ ସମୁଦୁଣୀ ମୋର

ମୁହଁ ଫେରାଇଛି ଯାଇଛି ଯେବେ ।।

ମୋ ଝିଅ ଶଶୁର ଆସେ ବାରମ୍ବାର

ବୁଝି ମୁଁ ପାରୁଛି କଥା ଗୁମର

ଅସଲ କଥାଟା ରହିଛି ଏଇଠି

ଭାଙ୍ଗି ଦେବି ସ୍ତ୍ରୀ ଦାନ୍ତ ଏଥର ।।

  


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy