STORYMIRROR

ପ୍ରାଚୀନ ଓଡ଼ିଆ କାବ୍ୟ କବିତା

Classics

2  

ପ୍ରାଚୀନ ଓଡ଼ିଆ କାବ୍ୟ କବିତା

Classics

ଚଉପଦୀ - ଗୋପୀ ଦେଇ କରତାଳିକି

ଚଉପଦୀ - ଗୋପୀ ଦେଇ କରତାଳିକି

1 min
13.8K


କବି -ଗୌରଚରଣ ଅଧିକାରୀ


ଗୋପୀ ଦେଇ କରତାଳିକି ।

ନଚାଇଲେ ପିଲା ବନମାଳୀକି

କରେ ବାଇ ତାଳ ନାଚନ୍ତି ଗୋପାଳ

ଅନାଇଁ ମନାଇଁ ବ୍ରଜବାଳୀଙ୍କି । ଘୋଷା ।

କେ କରେ ଉକୁଟ ତାନରେ

କେହୁ ରସେ ଗୀତ ଗାନରେ

ବାଜେ କିଣିକିଣି କଟିର କିଙ୍କିଣି

ନାଚିବାର ତାନମାନରେ ।୧।

ରାମ ନାଚୁଛାନ୍ତି ବାଦରେ

କୃଷ୍ଣଙ୍କୁ ଅନାଇଁ ଆଦରେ

ବାଜେ ଝୁମୁଝୁମୁ ଝୁମୁକି ନୂପୁର

ରୋହିଣୀନନ୍ଦନ ପାଦରେ ।୨।

ଶ୍ରୀକୃଷ୍ଣ ମୁଖକୁ ଅନାଇଁ

କେଉଁ ଗୋପୀ କହେ ଘେନାଇଁ

ରାମଙ୍କର ନାଟ ଅଧିକ ହେଲା ର

ତୁମ୍ଭେ କି ନାଚିଲ କହ୍ନାଇଁ ।୩।

ଗୋପୀମାନେ ଛଳବାଣୀକି

କହିବାରୁ ବେଣୁପାଣିଙ୍କି

ପାଦ ଛନ୍ଦି ନାଟ କଲେ ନନ୍ଦଚାଟ

ପ୍ରକାଶି ତ୍ରିଭଙ୍ଗିଠାଣିକି ।୪।

କେ ବୋଲେ ରେ ଧନ୍ୟ କାଳିଆ!

ଭଲା ରେ କାଇଞ୍ଚମାଳିଆ

କାହିଁ ରଖିଥିଲୁ ଏ ଭଙ୍ଗିନର୍ତ୍ତନ

ଗୋପସୁତସଙ୍ଗମେଳିଆ ।୫।

ଯାହା ଶ୍ରୀଚରଣ ଧ୍ୟାନରେ

ବ୍ରହ୍ମା ଶିବ ସାବଧାନ ରେ

ସେ ପୁଣି ଗୋପରେ ନୃତ୍ୟ କରୁଛନ୍ତି

ଗୋପୀଙ୍କର ଅବଧାନରେ ।୬।

ଗଉରଚରଣ ମାନକୁ

ନ କହିବ ଆଉ ଆଙ୍କୁ

ଆହେ ଦୀନବନ୍ଧୁ କରୁଣାନିଧାନ !

କର ଏହି ଅବଧାନକୁ ।୭।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics