STORYMIRROR

KRUTIBAS NAYAK

Comedy

4  

KRUTIBAS NAYAK

Comedy

ଚତୁର ବାପା

ଚତୁର ବାପା

1 min
243

 ପୁଅକୁ କହିଲି ଝିଅ ଦେଖିଛି ମୁଁ ବୋହୂ କରିନେବି ତାକୁ

ମୋ ପୁଅ କହିଲା ନାଇଁ ନାଇଁ ବାପା ମୋତେ ଦିଅ ଦେଖିବାକୁ |


କହିଲି ସେ ପରା ଅମ୍ବାନିର ଝିଅ ଦେବ ଦଶକୋଟି ଟଙ୍କା

ପୁଅ କହିଲା ମୁଁ ଆଉ ଦେଖିବିନି ବାହାଘର କର ପକ୍କା |


ଅମ୍ବାନିକୁ ଯାଇ କହିଲି ତୁମର ଝିଅକୁ କରିବି ବୋହୂ

କହିଲେ ଅମ୍ବାନି ନାଇଁ ନାଇଁ ବାବୁ ସେକଥା କୁହନି ଆଉ |


କହିଲି ମୋ ପୁଅ ପ୍ରଧାନମନ୍ତ୍ରୀଙ୍କୁ ନିତି ପରାମର୍ଶ ଦିଏ

ଅମ୍ବାନି କହିଲେ-ଆଚ୍ଛା ଆଚ୍ଛା ଆଚ୍ଛା ନିଶ୍ଚେ ଜ୍ଵାଇଁହେବ ସିଏ |


ପ୍ରଧାନମନ୍ତ୍ରୀଙ୍କୁ କହିଲି-ମୋ ପୁଅ ହେଉ ପରାମର୍ଶଦାତା

ଆଗ ମନାକଲେ ପରେ ରାଜିହେଲେ ଜାଣି ଅମ୍ବାନି ଜାମାତା |



Rate this content
Log in

Similar oriya poem from Comedy