STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୩

Children Others

3  

ଓଡ଼ିଆ ଗଳ୍ପ ଓ କବିତା - ୩

Children Others

ଚମ୍ ଚମ୍

ଚମ୍ ଚମ୍

1 min
13.6K


ଚମ୍ ଚମ୍ ଚମ୍ ଚମ୍

ଖାଇବାକୁ ତତେ ଦିନେ

କୁନା ହେଲା ନାକେଦମ୍

ଆସିଥିଲେ ମାମୁଁ ଥରେ

ଆଣି ତତେ ସାଥିରେ

କୁନା ଟୁନା ଖୁସିହୋଇ

ଉଠୁଥିଲେ ମାତିରେ ।

ବୋଉ ବେଶୀ ଦେଲାନାହିଁ

ଗୋଟେ ଗୋଟେ ଦେଇକି

ରୋଷଘରେ ଶିକାପରେ

ରଖିଦେଲା ନେଇକି।

ତା ପରେ ଯାଇ ବୋଉ

ପାରିଦେଇ ସପ ଟି

ତଲଘରେ ମାମୁଁ ସାଥେ

ମେଲାଇଲା ଗପଟି.।

କୁନା ମନେ ରାଗ ହେଲା

ବୋଉ ବେଶୀ ଦେଲାନି

ଚମ୍ ଚମ୍ ଗୋଟେ ଖାଇ

ଜିଭୁ ଲାଲ ମଲାନି. ।

କି ସୁନ୍ଦର କି ସୁଆଦ

ରସ ଖାଲି ସର୍ ସର୍

ଭାବି ଲାଲ ବହିଯାଏ

ଝର୍ ଝର୍ ଝର୍ ଝର୍ ।

ଭାବିହେଲା କେମିତି ସେ

ଚମ୍ ଚମ୍ ଖାଇବ

ଶିକା ଏତେ ଉପରକୁ

ହାତ କି ତା ପାଇବ?

ଦେଖିଲା ସେ ହାଣ୍ଡି ଗୁଡା

ରହିଅଛି ପାଖରେ

ହାଣ୍ଡି ପରେ ହାଣ୍ଡି ରଖି

ଚଢି ଥରେ ଦେଖେରେ.।

ହାଣ୍ଡି ପରେ ହାଣ୍ଡି ରଖି

ତା ଉପରେ ପିଢାଟି

ଚୁପିଚୁପି କୁନା ହେଲା

ତା ଉପରେ ଛିଡାଟି।

ହାଣ୍ଡି ଗୁଡା ପଡିଗଲା

ଖଡ୍ ଖାଡ୍ ଖସ୍ ଖାସ୍

ମୁହଁ ମାଡି କୁନା ତଲେ

ପଡିଗଲା ଭୁସ୍ ଭାସ୍ ।

ଧାଇଁ ଆସି ତା ଉପରେ

ବୋଉ ଦେଲା ଦମାଦମ୍

ଚମ୍ ଚମ୍ ଖାଇବାକୁ

କୁନା ହେଲା ନାକେଦମ୍।

ପୁଣ୍ୟ ପ୍ରଭା ଦେବୀ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children