ଚଳନ୍ତିକା
ଚଳନ୍ତିକା
ପଚାଶ ଦଶକେ ବାପା କହୁଥିଲେ-ବୋହୂ ଖୋଜିଦେବି ମୁହିଁ,
ନିଜ ଜାତି କୁଳ ଝିଅ ହେଇଥିବ ତୁ ନ ଦେଖିଲୁ ନାହିଁ |
ଷାଠିଏ ଦଶକେ କହିଲେ-ପୁଅରେ, ନିଜେ ଦେଖି ବାହାହେବୁ,
ସତୁରୀ ଦଶକେ କହିଲେ-ଯୌତୁକ କେତେଦେବେ ବୁଝିନେବୁ |
ଅଶି ଦଶକରେ କହୁଥିଲେ -ତୁହି ଦେଖିବୁ ଓଡ଼ିଆ ଝିଅ,
ନବେ ଦଶକରେ କହିଲେ-ଚଳିବ ହୋଇଥିଲେ ଭାରତୀୟ |
ଦୁଇ ହଜାରରେ କହିଲେ-ବାପାରେ, ଚଳିବ ବିଦେଶୀ ହେଲେ,
ଦଶ ମସିହାରେ କହିଲେ-ଚଳିବ ବୟସ ତା' ବେଶି ହେଲେ |
କୋଡ଼ିଏ ବେଳକୁ କହିଲେ-ପୁଅରେ, ବୁଝିଶୁଝି ଆଗେଇବୁ,
ଆଗ ଛାଡ଼ପତ୍ର ହେଇଛି କି ନାହିଁ କାଗଜକୁ ଦେଖିନେବୁ |
ଏବେ କହିଲେଣି ସାବଧାନ ଥିବୁ ଯେଉଁଠି ରହୁଛୁ ରହ,
ବାହାହେବୁ ସିନା ଆଗ ଦେଖିନେବୁ ସତରେ ଝିଅ କି ନୁହଁ |
