STORYMIRROR

Dharitri Das

Tragedy

3  

Dharitri Das

Tragedy

ଚିଟଫଣ୍ଡ

ଚିଟଫଣ୍ଡ

1 min
206

ଖୋଲିଲା ଶହ ଶହ ଚିଟଫଣ୍ଡ ସଂସ୍ଥା

ରାଜ୍ୟ ସରକାରଙ୍କ ନଥିଲା ଅନାସ୍ଥା।

ପାଇଲା ରାଜନେତାଙ୍କ ପୃଷ୍ଠପୋଷକତା

ଅବଦୁଲ କାଲାମ ହେଲେ ବିଜ୍ଞାପନ ଦାତା।

ଏଜେଣ୍ଟ ଜରିଆରେ ଟଙ୍କା ହୋଇଥିଲା ଜମା

ଜମାକାରୀଙ୍କୁ ମିଳିଲା ଆକ୍ସିଡେଣ୍ଟାଲ ବୀମା।

ବର୍ଷ ବର୍ଷ ଧରି ଟଙ୍କା ନେଣ ଦେଣ ଚାଲିଲା

ଦୀର୍ଘଦିନ ପରେ ସେବିର ନିଦ ଏବେ ଭାଜିଲା।

ଧୁଆମୂଳା ଅଧୁଆ ମୂଳା ସବୁ ଏକତ୍ର କରି

ଚିଟଫଣ୍ଡ ନାମରେ ଦେଲେ ଘୋଷଣା କରି।

ଜମାକାରୀମାନେ ପାଇଲେ ଯନ୍ତ୍ରଣା ଯେତେ

ସରକାରଙ୍କ ଏଥିରେ ଯାଏ ଆସେ କେତେ।

ବିଚରା ଏଜେଣ୍ଟ ଭାଇ ଖାଇଲା ମାଡ଼ ଗାଳି

ଏହାପରେ ଆସିବ ତ ସରକାରଙ୍କର ପାଳି।

ଏଜେଣ୍ଟ ଜମାକାରୀ କରୁଅଛନ୍ତି ନିବେଦନ

ସରକାର ଏକଥାକୁ ତେବେ ବୁଝନ୍ତୁ ବହନ।

ଶୁଣାଯାଏ ପୁଣି ସରକାର କରିଛନ୍ତି ପାଞ୍ଚ

କରିବେ ଜମାକାରୀଙ୍କର କାଗଜକୁ ଯାଞ୍ଚ।

ଏହା ଭିତରେ ବିତି ଯାଇଛି କେତେ ବରଷ

ଜମାକାରୀଙ୍କୁ ରକ୍ତଚାପ କଲାଣି ସ୍ପରଷ।

ତାପରେ ପୁଣି ଆସିଗଲା କରୋନା ରାକ୍ଷସ

ଉଠୁନାହିଁ ଆଉ ଚିଟଫଣ୍ଡ କାରୀଙ୍କ ଦୋଷ।

ଗରିବଙ୍କ ପଇସା ଗରିବଙ୍କୁ ଦେଇ ସରକାର

କରନ୍ତି ସତରେ କେତେ ଦୟା ଆଉ ଉପକାର।

ଦେଖ ଭାଇ ଦେଖ ଏହିତ ଆମରି ସରକାର

ବିପଦରେ ସାହା ହୋଇ ସେ ଦୟାର ସାଗର।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy