STORYMIRROR

sumita behera

Romance Classics

3  

sumita behera

Romance Classics

ଚିଠି

ଚିଠି

1 min
201

ବର୍ଷା ଚିଠି

*********

   ସୁମିତା ବେହେରା ବାପି

   ଭୁବନେଶ୍ୱର।

   

ହେଇଟି,

ଏଇତ ବର୍ଷା ଋତୁ ଆସିବ ଆସିବ ହଉଚି

ବାବୁ ଘରେ କି କାମ ଏମିତି କରୁଛ ଯେ

ଛୁଟି ଟିକେ ନାହିଁ ?


ଚାଳରୁ ଛପର ଖସି ଗଲାଣି

ଗୋରୁ ଗୁହାଳ ଅବସ୍ଥା ତ ତଦ୍ରୁପ

ଗାଈଗୁଡା ତିନ୍ତୁଛନ୍ତି

ପୁଅ ପାଇଁ ବର୍ଷାତିଟେ ଆଣିବ କହିଥିଲ ପା ?

ବର୍ଷରେ ଓଦା ହେଇ ଇସ୍କୁଲ ଗଲେ

ଛୁଆଟାର ଦିହ ଖରାପ ହବନି କି?


ବୋଉଙ୍କ ପାଇଁ ବଥା ତେଲ ଟିକେ ଆଣିଥାନ୍ତ ପରା!

ବିଚାରୀ ଆଣ୍ଠୁ ଧରିକି ଚାଲି ପାରୁ ନାହାନ୍ତି

ଓଷୁଓ ପାଣି ଟିକେ ଆଣିଥିବ ତାଙ୍କ ପାଇଁ...


ଦି ଖଣ୍ଡ ତ ଲୁଗା ,ଧୋଇ ଶୁଖେଇ ପିନ୍ଧୁଚି...

ଲୁଗା ଖଣ୍ଡେ ଆଣିବ

ଗଲା ସନ ବନ୍ଧକୁ ପାଣି ପାଇଁ ଗଲାବେଳେ 

ବର୍ଷାରେ ଓଦା ହେଇ ଯାଇଥିଲି ଯେ

ସେ ବାଡ଼ିପଶା ଟୋକାଗୁଡା କ୍ଲବ ଘରେ ବସିଥିଲେ

ଯୋଉ ହସ ସେ ଅଲକ୍ଷଣାଙ୍କର

ମନ ହଉଥିଲା ଅଖିରେ କଣ୍ଟା ଫୁଟେଇ ଦବାକୁ...

ହଁ, ସ୍ଲିପର ହଳେ ଆଣିବ

କାଦୁଅରେ ଚାଲି ଚାଲି କଣିନଖା ହେଇଗଲାଣି


ଆଉ ବର୍ଷା ଆସିଲେ ......

ଜାଣିଛ ତ ମୁଁ କ'ଣ କହୁଛି...l

ହେଇଟି, ଜଲଦି ଆସ ମ ବର୍ଷା ଆସିବା ଆଗରୁ.....

           ଇତି

           ତମର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from sumita behera

ଧରା

ଧରା

1 min ପଢ଼ନ୍ତୁ

ମନ ରେ

ମନ ରେ

1 min ପଢ଼ନ୍ତୁ

ଆସ ନା

ଆସ ନା

1 min ପଢ଼ନ୍ତୁ

ସପନ

ସପନ

1 min ପଢ଼ନ୍ତୁ

Similar oriya poem from Romance