ଚିଠି
ଚିଠି
ଚିଠି କେବେ ଆସେ ବରଷlରେ ଭିଜି
ଭାଙ୍ଗି ସବୁ ନିରବତା
ତୁମ ହାତ ଲେଖା ତୁମରି ସୁବାସ
କହେ ତୁମ ମନ କଥା (୧)
ଚିଠି କେବେ ଫେରେ ନୀଳ ଲଫାପାରେ
ପ୍ରୀତିର ମହକ ନେଇ
କେବେ ଖସି ପଡେ ଡ଼ାଇରି ଭିତରୁ
ପୁରୁଣା ଗଜଲ ହୋଇ (୨)
କେବେ କହିଯାଏ କପତୀ ସ୍ୱରରେ
ହୃଦୟକୁ ଯାଏ ଛୁଇଁ
ମନ ନାଚି ଯାଏ ସେ ଚିଠି ଧରି
ମାଡ଼େ ସେ ଅମଡ଼ା ଭୂଇଁ (୩)
ଚିଠି କେବେ ଫେରେ ବସନ୍ତ ସାଥିରେ
ଶୀତଳ ପବନ ନେଇ
ଧାନ ଖେତ ଧlରେ ତାଳଗଛ ପରେ
ବlଇଆର ବସା ହୋଇ (୪)
ଚିଠି କେବେ ଫେରେ ଗାଁ ମନ୍ଦିରରୁ
ଫୁଲ ଓ ସିନ୍ଦୂର ନେଇ
ଆଉ କେବେ ଫେରେ ତୁମରି ହସର
ଛୋଟ ଏକ ଫଟ ନେଇ (୫)
ଆମରି ସମ୍ପର୍କ ମଧୁର ମହକ
ଯୋଡ଼େ ଖାଲି ଚିଠିଟିଏ
ଭାବନାର ଧାରା ପ୍ରୀତିର ପସରା
ଧରି ଖାଲି ବୁଲୁ ଥାଏ (୬)

