STORYMIRROR

kamal kumar dash

Romance

3  

kamal kumar dash

Romance

ଚିଠି

ଚିଠି

1 min
113

ଚିଠି କେବେ ଆସେ ବରଷlରେ ଭିଜି 

   ଭାଙ୍ଗି ସବୁ ନିରବତା 

ତୁମ ହାତ ଲେଖା ତୁମରି ସୁବାସ 

  କହେ ତୁମ ମନ କଥା (୧)

ଚିଠି କେବେ ଫେରେ ନୀଳ ଲଫାପାରେ 

  ପ୍ରୀତିର ମହକ ନେଇ 

କେବେ ଖସି ପଡେ ଡ଼ାଇରି ଭିତରୁ 

  ପୁରୁଣା ଗଜଲ ହୋଇ (୨)

କେବେ କହିଯାଏ  କପତୀ ସ୍ୱରରେ 

  ହୃଦୟକୁ ଯାଏ ଛୁଇଁ 

ମନ ନାଚି ଯାଏ  ସେ ଚିଠି ଧରି 

  ମାଡ଼େ ସେ ଅମଡ଼ା ଭୂଇଁ (୩)

ଚିଠି କେବେ ଫେରେ ବସନ୍ତ ସାଥିରେ 

   ଶୀତଳ ପବନ ନେଇ 

ଧାନ ଖେତ ଧlରେ  ତାଳଗଛ ପରେ 

  ବlଇଆର ବସା ହୋଇ (୪)

ଚିଠି କେବେ ଫେରେ ଗାଁ ମନ୍ଦିରରୁ 

  ଫୁଲ ଓ ସିନ୍ଦୂର ନେଇ 

ଆଉ କେବେ ଫେରେ ତୁମରି ହସର 

  ଛୋଟ ଏକ ଫଟ ନେଇ (୫)

ଆମରି ସମ୍ପର୍କ ମଧୁର ମହକ 

  ଯୋଡ଼େ ଖାଲି ଚିଠିଟିଏ 

ଭାବନାର ଧାରା ପ୍ରୀତିର ପସରା 

  ଧରି ଖାଲି ବୁଲୁ ଥାଏ (୬)



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance