STORYMIRROR

DILIP KUMAR SAHOO

Romance

3  

DILIP KUMAR SAHOO

Romance

ଚିଠି ତୁମ

ଚିଠି ତୁମ

1 min
193

ଚିରିଦେଲ ମୋର ସବୁ ଚିଠିତକ

ହୃଦୟେ ଶୂନ୍ୟତା ଭରି

ତୁମ ହାତଲେଖା ସାଇତି ରଖିଛି

ଯତନେ ମୁଁ ପୋଥି କରି ।


ତୁମେ ଲେଖିଥିଲ ଉଆଁସ ରାତିରେ

ଜହ୍ନକୁ ଆଣିବ ତୋଳି

ଅସଜଡା ଏଇ ପରାଣରେ ମୋର

ଯୋଛନା ଦେବାକୁ ଢାଳି

କେଉଁ ଆଶଙ୍କାରେ କଳା ବୋଳିଦେଲ

କଳଙ୍କିତ ମୋତେ କରି !


ଶେଷ ଚିଠି ତୁମ ପଢୁପଢୁ ଆଜି

କୋହରେ ଗଲି ମୁଁ ଭିଜି

କେମିତି ସୁନ୍ଦର ହସ୍ତାକ୍ଷର ତୁମ

ଛଳନାକୁ କଲା ପୁଞ୍ଜି

କଲମ କମାଣେ ପରାଣକୁ ମୋର

ସହଜେ ପାରିଲ ଚିରି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance