ଚିଠି ତୁମ
ଚିଠି ତୁମ
ଚିରିଦେଲ ମୋର ସବୁ ଚିଠିତକ
ହୃଦୟେ ଶୂନ୍ୟତା ଭରି
ତୁମ ହାତଲେଖା ସାଇତି ରଖିଛି
ଯତନେ ମୁଁ ପୋଥି କରି ।
ତୁମେ ଲେଖିଥିଲ ଉଆଁସ ରାତିରେ
ଜହ୍ନକୁ ଆଣିବ ତୋଳି
ଅସଜଡା ଏଇ ପରାଣରେ ମୋର
ଯୋଛନା ଦେବାକୁ ଢାଳି
କେଉଁ ଆଶଙ୍କାରେ କଳା ବୋଳିଦେଲ
କଳଙ୍କିତ ମୋତେ କରି !
ଶେଷ ଚିଠି ତୁମ ପଢୁପଢୁ ଆଜି
କୋହରେ ଗଲି ମୁଁ ଭିଜି
କେମିତି ସୁନ୍ଦର ହସ୍ତାକ୍ଷର ତୁମ
ଛଳନାକୁ କଲା ପୁଞ୍ଜି
କଲମ କମାଣେ ପରାଣକୁ ମୋର
ସହଜେ ପାରିଲ ଚିରି ।

