ଚିନି କମ
ଚିନି କମ
ଲୁଣ ଓ ଚିନି ଆଜି ଘାତକ
ଲଷ୍ମଣ ନାୟକ ଖାଉଥିବା ଅଲଣା ଜାଉ
ପ୍ରଥମ କୁଣିଆଙ୍କୁ ଭେଟି ମିଠା ପ୍ରଥା ଥାଉ
କୋଉ ପାଣି କୁଆଡେ ଯାଉଛି ଯାଉ
ଚିନି ଲୁଣ କମ ଥିଲେ ସେବେକାର ଶାଶୁ
ପାଲଟନ୍ତି ମଣିଷରୁ ଦସ୍ୟୁ
ବୋହୁଟିର ଅଦେଖା ଅଶ୍ରୁ
ପଣତରେ ପୋଚ୍ଛା ହୁଏ କିଛି ମାଟି ଛୁଏଁ
ଆଜିକା ଶାଶୁ ପଣିଆ ଜାହିର କରିବା ପାପ
ଶିଖେଇବା ବତେଇବା ନିଆଁସରି ଅନୁତାପ
ଶାଶୁମାଆ ନବଦଳିଲେ କଥା
ବଦଳିଲେ କଥାରୁ ନଥା
କିନ୍ତୁ ଚାରେ ଚିନି କମ ଦେବୁ କହି
ଡାକ୍ତରଙ୍କ ନାଆଁ ନେଇ
ଜାହିର କରନ୍ତି କେହି କେହି
ସବୁ ଯାଉ ଚୁଲିକି
ଚୁଲି କୋଉ ଆଉ ଅଛିକି
ଚିନି କମ ଖାଲି ଶାଶୁ କାଁହିଁକି
ସମସ୍ତେ ଘୋଷୁଛନ୍ତି ଜାପାମାଳି କରିକି
ରାଗ ରୋଷ ପରିହରି
ସ୍ୱାର୍ଥ ସର୍ତ୍ତ ତ୍ୟାଗ କରି
ପୁରୁଣା ଓ ନୂଆ ଶମିଶ୍ରଣରେ
ଚିନି କମ ଥିଲେ
ହସ ଫୁଟେ ପଦ୍ମ ପରି
ଗାଈ ହମା ଡାକ ପରି
ଶୀତ ବର୍ଷା ଖରା କରୁ ଯେତେ ସରି
ଚିନି କମ ଥିଲେ ଶୀତ ଚାରେ ସୁଆଦ ଭାରି
