STORYMIRROR

susmita mohapatra

Abstract Others

3  

susmita mohapatra

Abstract Others

ଚାଲ ଜହ୍ନରେ କରିବା ଘର

ଚାଲ ଜହ୍ନରେ କରିବା ଘର

1 min
11.9K

ଏଇ ! ଶୁଣୁଛ ?

କେମିତି ସେ ମାଡି ଆସୁଛି ଇଆଡ଼େ

କଦମତାଲ କରି,

ପ୍ରସ୍ତୁତ ରହିବାକୁ ପିଟୁଛି ନାଗରା

ଆପଣା ଧୁନରେ ଆପେ

ସ୍ୱର ସଜିଲ କରି l


ହେଇ କାନ ଡେର,

କେମିତି ତା' ପଦଧ୍ୱନି ହେଉଛି

ତୀବ୍ରରୁ ତୀବ୍ରତର,

ପ୍ରତି ପାହୁଣ୍ଡରେ କ୍ଷିପ୍ର ବେଗେ

ବଢୁଛି କମ୍ପନ ଛାତିର l


କୁହନା,

ଅଛି କି କେଉଁଠି

ନିରାପଦ ନିବାସଟେ

ଦଣ୍ଡେ ମୁଣ୍ଡ ଗୁଞ୍ଜିବାକୁ,

ଅଧୁରା ଆହୁରି ଅନେକ କାମ ଅଛି

ଜିଁ ରହି ପୂରା କରିବାକୁ l


ଏଇ ! ତୁମେ ଏତେ

ନିରବ କାହିଁକି ଯେ ?

ପାରିବାର ହୋଇଲାଣି ଆମ ମୁନା,

ମଙ୍ଗଳରେ ଜାଗା କିଣିବାକୁ

ଦେଲାଣି ବଇନା l


ତୁମେ ତାକୁ ଟିକେ ବୁଝାନ୍ତନି

ମଙ୍ଗଳ ତ ଆମଠୁଁ ଅନେକ ଦୂର,

ସେଇଠି ନହେଲା ନାହିଁ

ଆମ ଆଖି ସାମ୍ନାରେ ଏଇଠି

ଜହ୍ନରେ ଗୋଟେ କରନ୍ତେ ଘର l



Rate this content
Log in

Similar oriya poem from Abstract