ଚାବିର ଦିଆ ଟୟ....
ଚାବିର ଦିଆ ଟୟ....
ମୁଁ ତୁମ ଜୀବନରେ ପ୍ରଥମ ପୁରୁଷ ନଥିଲି
ତୁମ ପୁର୍ବ ରୁ ମୁଁ ବି କେବେ ହାରିନଥିଲି
ହରେଇଲ ମୋତେ ଉତ୍ତପ୍ତର ପ୍ରେମ ମରୁବାଲି ରେ
ହେଲି ମୁଁ ମରୀଚିକାର
ଚାବିର ଦିଆ ଟୟ ।
ଥିଲି ଏକ ଅଭିଯୋଗ, ଅଭିଶାପ, ଅଭିପ୍ରେତ କାଳ
ଵିଧି ର ସଂଯୋଗ, ମାନଦିଆନିଆ ର ମିଛ ଲୋରି ଟିଏ
ଓ ଏକ ଚାବିର ଦିଆ ଟୟ ।
ଅଶୁମାରି ସ୍ବପ୍ନ ଭାଙ୍ଗିଗଲେ,
ଶ୍ରାବଣ ବି ଖରା ପଛେ ଲୁଚି ଗଲେ
ବାଳିକା ବଧୂ ଟୀ ମୋ ସହ ପ୍ରେମ କରେ
ମୁଁ ପରା ଚାବିର ଦିଆ ଟୟ ।
ପ୍ରେମର ଫଲଗୁ ଅଭିରରେ ହଜିଗଲେ
ପ୍ରତାରଣା ଟୀ ସିନ୍ଦୁର ରେ ମିଶିଗଲେ
ଛଳନା ଟୀ ବାହାନା ର କୋଳ ଖୋଜେରେ,
ମୁଁ ପରା ଚାବିର ଦିଆ ଟୟ ।
ଶୀତୁଆ ସକାଳ ରେ ଅମାବାସ୍ୟା ଆଙ୍କିଲେ,
ଇନ୍ଦ୍ରଧନୁ ର ସାତ ରଙ୍ଗ ଛାଡିଗଲେ
ସୂର୍ଯ୍ୟ ଚିଲିକା କୋଳ ରେ ଲୁଚିଗଲେ
ମୁଁ ମନେ ପଡେ ତୁମର
ଚାବିର ଦିଆ ଟୟ ।
ସାଧବ ବଣିକ ର ଡ଼ଙ୍ଗା ବୁଡିଗଲେ, ମନ୍ଦାର ଟୀ ମଥାରୁ ଖସିଗଲେ, ନିନ୍ଦି ବାକୁ ମୋତେ ତୁମେ ପାଅରେ
ମୁଁ ପୁଣି ବେଶୀ ମନେ ପଡେ
ଚାବିର ଦିଆ ଟୟ ।
ତୁମ ପାଇଁ ମୁଁ ଅଯୋଗ୍ୟନିହାତି ଖରାପ,
ସବୁ ଦୁରଯୋଗ ର ଗୀତ ଟିଏ
ମୁଁ ତୁମର ଚାବିର ଦିଆ ଟୟ ।
ସ୍ବପ୍ନ ର ରଙ୍ଗମହଲ ରେ,
ବାସ୍ତବତା ର ମରୁବାଲି ରେ
ରାସ୍ତା କଡ଼ ଅଧଭଙ୍ଗା ପାନ୍ଥଶାଳା ରେ
ମୁଁ ତୋତେ ଖୋଜେରେ
ଇତି ତୁମର
ଚାବିର ଦିଆ ଟୟ ।