STORYMIRROR

Prafulla Chandra Mishra

Tragedy

3  

Prafulla Chandra Mishra

Tragedy

ବୁକୁଫଟା ମୋର ଗୀତ

ବୁକୁଫଟା ମୋର ଗୀତ

1 min
266

          

ବିଶ୍ଵ ଚିନ୍ତାମଣି ବୈକୁଣ୍ଠାଧିପତି ବ୍ରହ୍ମ ବ୍ରହ୍ମାଣ୍ଡ ନାୟକ

ସୂର୍ଯ୍ୟ,ଚନ୍ଦ୍ର,ତାରା,ଗ୍ରହ,ନକ୍ଷତ୍ର ଯା ହୃଦେ ହୃଦୟ ପଦକ

ମୋ ଜୀବନ ସ୍ଵାମୀ ସେତ

ତାଙ୍କ ପଦପଦ୍ମେ ମିନତୀ କରି ମୁଁ ଜଣାଏ ମୋହର ଦୁଃଖ ।।


ପଙ୍କିଳ,ଆବିଳ ମୋ ଜୀବନ ସର ଅସ୍ଥିର,ବିକଳ ମନ

ଦୁଃସହ ଦୁର୍ଦ୍ଦିନେ ଗତିକରି ଗାଏ ବୁକୁଫଟା ଗୀତ ମାନ

ଲୁହ ଝରା ଏ ନୟନ

ତୁମକୁ ଆଶ୍ରୟ କରି ନିତି ନାଥ କରଇ ତୁମ ଭଜନ ।।


ଅଦିନ ବଉଦ ଘୋଟି ଚଉଦିଗ ଦିଶେ ଖାଲି  ଅନ୍ଧତ୍କାର

ଏ ଘନ ଅନ୍ଧାରେ ତୁମେ ଆଶା ଜ୍ଵୋତି ଦୁଃଖୀ ଜୀବନ ରେ ମୋର

ପଥେ ନହୋଇ ପଥର

ଆସ ହୁଅ ସାହା ଆହେ ଲକ୍ଷ୍ମୀ ନାହା ଅନ୍ତର୍ଯ୍ୟାମୀ ଜୀବେଶ୍ଵର ।।


ବିକଳ ମୋ ସ୍ଵର ଶୁଣ ପ୍ରାଣେଶ୍ଵର ଦିଅ ହେ ବାରେ ଆଶ୍ରୟ

କାହାକୁ କହିବି ମୋ ଦୁଃଖ ବାରତା ତୁମକୁ କରିଛି ଶ୍ରେୟ

ଡାକେ ଆହେ ଦୟାମୟ

ମୁକୁଳା ମୋ ହୃଦ ପଦ୍ମ ରେ ବିରାଜି ଦିଅ ଦିଅ ହେ ଅଭୟ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy