Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Manjubala Kabi

Inspirational

3  

Manjubala Kabi

Inspirational

ବସନ୍ତର ଅଜ୍ଞାତ ବାସ

ବସନ୍ତର ଅଜ୍ଞାତ ବାସ

1 min
6.6K


ବସନ୍ତର ଅଜ୍ଞାତ ବାସ

ବନବାସେ ଘନ ବସନ୍ତ ଗମନ

         ବିରହ ବିଧୂର ବେଳା

  ବଧୂରାଣୀ ଧରା ବିଷାଦେ ଅଧୀରା

         ବିଦାୟ ବିଚ୍ଛେଦ ଲୀଳା। ୧


  ବ୍ୟାକୁଳେ କଳିକା ବିଷର୍ଣ୍ଣ କୂର୍ଚିକା

         ବନ୍ଦୀ ନିଜ ପଟଳରେ

  ବସନ୍ତ ବିରହ  ଲାଗେ ଅତିଶୟ

        ବୃନ୍ତ ଯାଏ ଶୁଖି ଧୀରେ। ୨


 ବ୍ୟୋମନ ଯେପରି ଛିନ୍ନ ଭିନ୍ନ କରି

        ବାରି ନେଇଯାଏ ହରି

 ବନ ଋତୁରାଜ-  ଧରଣୀର ସାଜ

       ବିପ୍ର ରୂପେ ନେଲା ହରି। ୩

   ବହୁରୂପ ସୂର୍ଯ୍ୟ ଜୀବଦ୍ରବ୍ଯ ବୀର୍ଯ୍ୟ

           ବିସ୍ଫୋଟ କରନ୍ତି ନଭେ 

   ବିରାଟ ଭୁତଳେ ଦ୍ରବିତ ସକଳେ

           ବିଗଳିତ ଧରାଗର୍ଭେ।୪

    ବେଗିନୀ ତଟିନୀ ବେଗ ତରଙ୍ଗିଣୀ

             ବିମର୍ଷ ବାମ୍ଫି ତଳେ

    ବ୍ୟଥିତ ପରାଣେ ବିଚଳିତ ମନେ

            ବାଷ୍ପୀଭୁତ ହୋଇ ଜଳେ। ୫

କାବ୍ୟରୂପା ମଞ୍ଜୁବାଳା କବି।

  

     ବର୍ଷକ ଅଜ୍ଞାତ- ବାସରେ ବସନ୍ତ

         ବାହୁଡିବ ଯେବେ ଧରା

     ବିଦଗ୍ଧା ଧରଣୀ  ସାଜି ଶୃଙ୍ଗାରିଣୀ

          ବିତରିବ ମଧୁ ଧାରା। ୬


Rate this content
Log in

Similar oriya poem from Inspirational