STORYMIRROR

Manjubala Kabi

Inspirational

3  

Manjubala Kabi

Inspirational

ବସନ୍ତର ଅଜ୍ଞାତ ବାସ

ବସନ୍ତର ଅଜ୍ଞାତ ବାସ

1 min
14.1K


ତରୁ ଶାଖା ଚୂଳେ, ଶୁଣେ ନଈ କୂଳେ 

     କୋଇଲି ବିରହ ସ୍ୱନ

  କହି ସେ ପାରେନା କି ତାର ବେଦନା

     କିସ ଅବା ପ୍ରୟୋଜନ।୧

  ଫୁଲ ଫୁଟି ଝଳେ ପତର ଗହଳେ

      ଲୁଚାଇ ତା ଯଉବନ

  କହି ପାରେନାହିଁ ସହି ପାରେନାହିଁ 

      ଭଅଁର ଲୁଟେ ତା ମାନ।୨

  ନଈ ବହେ ଧୀରେ ପଥର ମଝିରେ

     ଅନ୍ଧାର ଆଲୋକ ପଥେ

  ନିଦାଘ ବସନ୍ତ ବରଷା ଶରତ

     ପୂରେ ଶୁଖେ କାଳସ୍ରୋତେ ।୩

  ପ୍ରକୃତି ମୁଖର ଆନନ୍ଦ ବିଭୋର

      ହେଲେବି ବନ୍ଦିନୀ ସମ

  ଅଣୁ ଅଣୁ ତାର ପ୍ରତୀକ୍ଷା ଆତୁର

       ନେବାକୁ ନବ ଜୀବନ। ୩

  ବିରଳ ଏ ଜନ୍ମ  ଦୁର୍ଲଭ ଜୀବନ

        କରି ଆତ୍ମ ଜାଗରଣ

  ବିବେକକୁ କରି ଆତ୍ମାର ପ୍ରହରୀ

        ପାରି ହେବା ମୃତ୍ୟୁ ଧାମ

        ମଞ୍ଜୁବାଳା କବି।ଓଁଶାନ୍ତିଃ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational