STORYMIRROR

Manjubala Kabi

Romance

2  

Manjubala Kabi

Romance

ଆସିବ ବୋଲିକି କଥା ଦେଇଥିଲ

ଆସିବ ବୋଲିକି କଥା ଦେଇଥିଲ

1 min
13.8K


ଆସିବ ବୋଲିକି କଥାଦେଇ ଥିଲ

ଆସିବତ ଏଇଥର।(ଘୋଷା)

ବିତିଗଲା କେତେ ପାହାନ୍ତି ପହର

କେତେ ଜହ୍ନଭରା ରାତି,

ହଜିଲେଣି କେତେ ଶୁଷ୍କ ପାଦପ

ଗାଇ ପତ୍ରଝରା ଗୀତି,

ସରସୀରେ ଆଉ ଫୁଟେନି ସରୋଜ

ପଙ୍କ କରେ ହାହାକାର।,

ଆସିବ ବୋଲିକି... (୧)


ଖସିଗଲେ କେତେ ଉଲ୍କା ପଥର

ମନେଦେଇ ତୁମ ସ୍ମୃତି,

ପଥରର ଯେତେ। ଜୀବନ୍ତ ପ୍ରତିମା

ବିରହେ ସାଜିଲେ ମୂର୍ତ୍ତି,

ମୁଖଶାଳା ଦେଖି ଫେରିଗଲେ ସବୁ

ଶୂନ୍ୟ ଦେବତା ଘର।

ଆସିବ ବୋଲିକି...(୨)

କହେନି କାହାଣୀ

ବାଉଁଶର ରାଣୀ

ଦିଶେନି ତାଙ୍କର ଖେଳ

ଦୁଇବଣି ମିତ

ଯେତେ ବା ସଙ୍ଗାତ

ଛାଡିଗଲେ ନଈ କୂଳ

"ଛାଈଲେଉଟାଣି"

କଥା ହଜିଲାଣି

ଖାଲି ଖାଲି ଗୋଠଘର

ଆସିବ ବୋଲିକି....(୩)


ଓଁ ଶାନ୍ତି।ମଞ୍ଜୁବାଳା


ಈ ವಿಷಯವನ್ನು ರೇಟ್ ಮಾಡಿ
ಲಾಗ್ ಇನ್ ಮಾಡಿ

Similar oriya poem from Romance