STORYMIRROR

Manjubala Kabi

Others

2  

Manjubala Kabi

Others

ଆଜି କିବା କାଲି

ଆଜି କିବା କାଲି

1 min
13.6K


ଆଜି କିବା କାଲି ଦେଉଥିବ ଗାଳି

             ଆସିବିନି ଏଇ ଥର

   କହିବ "ସେ ଗଲା ମୋର କିସ ହେଲା

           ମୁଁ ଅଛି ମୋହର ଘର।୧

 କରୁଥିଲା କାମ ଖାଉଥିଲା ଅନ୍ନ

           ମୁଁ ଥିଲି ମୋହର କାମେ

   କେତେ ତ ଏମିତି ଆସନ୍ତି ଯାଆନ୍ତି

          ଏଇ କରମର ଧାମେ।୨

  କା ମନ କହିବ କିଏ ଆସିଯିବ

          ଏଇ କଥା ସାଧାରଣ

ଆଣିବାର ପାଇଁ ଶ୍ରମ କରି ନାହିଁ

          ଗଲେ ଯାଉ କି ବାରଣ ?"'3

 ହେଲେ ଥରେ କାଳେ, ଅକାଳେ ସକାଳେ

             ନିଦର ଅଳସ ବେଳେ

    ଆସିଲେ ମୁଁ ମନେ କେମିତି ତତ୍‌କ୍ଷଣେ?

            ପାରିବ କି କାଢି ହେଲେ।୪

ନେଇନି ତୁମର କିଛି ଚିଜ ପତ୍ର

          ଯଥା ଯଥା ନିଜ ସ୍ଥାନେ

     ଖୋଜିବନି ପରେ ତନ୍ନ ତନ୍ନ ଘରେ

          କୋଣେ କିବା ଅନୁକୋଣେ।୫

  ଯେଉଁଠି ଯେତିକି କର୍ମ ଥିବ ବାକି

          କରିବି ପୂରା ଏ ଭବେ

      ଉଧାର କାହାରି   ନ ରଖି ବାହାରି

          ଯିବି ଛାଡି କେଉଁ ଭାବେ?୬

  ତୁମ ଇଚ୍ଛା ବଳେ ଚଳ ମହୀତଳେ

              ଇଛା ବଳେ ଏ ସଂସାର

     କେବେ ହେଲେ ଦେଖା ନ କରି ଉପେକ୍ଷା

              କିଛି ଦେବ ସମାଚାର।୭

     କାବ୍ୟରୂପା ମଞ୍ଜୁବାଳା।ଓଶାନ୍ତିଃ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍