ମୃତ ବସନ୍ତ
ମୃତ ବସନ୍ତ
1 min
13.8K
ମୃତ ବସନ୍ତ ସୁପ୍ତ ଜଗତ
ଆତ୍ମା ଅତୃପ୍ତ ଗୀତି
ରତ୍ନ ଦୀପର ପ୍ରତ୍ନ ପାତ୍ରେ
ଭଗ୍ନ ନଗ୍ନ ମୂର୍ତ୍ତି ।୧
ଶୁଷ୍କ ପାଦପ ଶୀର୍ଷେ ଆତପ
ଅଧୀର ମଳୟ ବୃତ୍ତି
ତୃଷା ଆତୁରେ ଧ୍ୱସ୍ତ ପତର
ଶାଖାଚ୍ୟୁତେ ଲଭେ ତୃପ୍ତି। ୨
ମୁକ୍ତ ଗଗନ ଶ୍ରାନ୍ତ ପବନ
ନିରୁଦ୍ଧ ଧରା ଚିତ୍ର
ସ୍ୱର୍ଣ୍ଣ ପିଞ୍ଜରେ ସ୍ୱାନ୍ତ ଖେଚର
ରଚେ ପୁଷ୍କର କ୍ଷେତ୍ର । ୩
ଦୀପ୍ତ ଅଭେଦ୍ୟ ପ୍ରାପ୍ତ ଦୁର୍ଲଭ
ନିବୃତ ରତ୍ନଗିରି
ସଂସ୍ଥା ଅପଥ ମୃତ ବସନ୍ତ
ଉଦ୍ଭ୍ରାନ୍ତ ପଥଚାରୀ । ୪
କ୍ଷିପ୍ର ଧାବକ ଉଗ୍ର ତକ୍ଷକ
ସୁଧା ସନ୍ଧାନୀ ସାଜି
ପଥେ ଭ୍ରମିତ ଖୋଜେ ଅମୃତ
ନାହିଁ ପରିକ୍ଷୀତ ଆଜି।
ମୃତ ବସନ୍ତ ଆଜି । ୫
ଓଁ ଶାନ୍ତି । ମଞ୍ଜୁବାଳା
