STORYMIRROR

Manjubala Kabi

Others

3  

Manjubala Kabi

Others

ଆସିବ ବୋଲି କି କଥା ଦେଇଥିଲ

ଆସିବ ବୋଲି କି କଥା ଦେଇଥିଲ

1 min
27.1K


ଆସିବ ବୋଲି କି କଥାଦେଇ ଥିଲ

ଆସିବ ତ ଏଇଥର।(ଘୋଷା)

ବିତିଗଲା କେତେ ପାହାନ୍ତି ପହର

କେତେ ଜହ୍ନ ଭରା ରାତି,

ହଜିଲେଣି କେତେ ଶୁଷ୍କ ପାଦପ

ଗାଇ ପତ୍ର ଝରା ଗୀତି,

ସରସୀରେ ଆଉ ଫୁଟେନି ସରୋଜ

ପଙ୍କ କରେ ହାହାକାର।,

ଆସିବ ବୋଲି କି... (୧)

ଖସିଗଲେ କେତେ ଉଲ୍କା ପଥର

ମନେଦେଇ ତୁମ ସ୍ମୃତି,

ପଥରର ଯେତେ। ଜୀବନ୍ତ ପ୍ରତିମା

ବିରହେ ସାଜିଲେ ମୂର୍ତ୍ତି,

ମୁଖଶାଳା ଦେଖି ଫେରିଗଲେ ସବୁ

ଶୂନ୍ୟ ଦେବତା ଘର।

ଆସିବ ବୋଲି କି...(୨)

କହେନି କାହାଣୀ

ବାଉଁଶର ରାଣୀ

ଦିଶେନି ତାଙ୍କର ଖେଳ

ଦୁଇ ବଣି ମିତ

ଯେତେ ବା ସଙ୍ଗାତ

ଛାଡିଗଲେ ନଈ କୂଳ

"ଛାଇ ଲେଉଟାଣି"

କଥା ହଜିଲାଣି

ଖାଲି ଖାଲି ଗୋଠଘର

ଆସିବ ବୋଲି କି....(୩)

ଓଁ ଶାନ୍ତିଃ।ମଞ୍ଜୁବାଳା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍