Ghanashyam Jena

Inspirational

3  

Ghanashyam Jena

Inspirational

ବସନ୍ତ ପଞ୍ଚମୀ

ବସନ୍ତ ପଞ୍ଚମୀ

1 min
217



ମାତ ବୀଣାପାଣି ବିଦ୍ୟା ପ୍ରଦାୟିନୀ

ଜୟମା ଜଗତ ଜନନୀ,

ମରାଳ ବାହିନୀ ଅଭୟ ଦାୟିନୀ

ମା ଶ୍ଵେତାମ୍ବର ବିଭୂଷିଣୀ।

ଜନନୀ

ଜୟମା ଶ୍ବେତ ପଦ୍ମାସନୀ,

ଵିଦ୍ୟା ଠାକୁରାଣୀ ବିଷ୍ଣୁ ପାଟରାଣୀ

ସକଳ ସିଦ୍ଧି ପ୍ରଦାୟିନୀ।


ଜୟ ସରସ୍ଵତୀ, ଜୟ ମା ଭାରତୀ

ଶ୍ଵେତ ଅଳଙ୍କାର ଭୂଷିତା

ଜୟ ଆଡିମାତା, ଜଗତ ବନ୍ଦିତା

ଜୟ ମା ବେଦବର ସୁତା।

ଜନନୀ

ସର୍ବ ସୁର ନର ବନ୍ଦିତା,

ଜଗତର ମାତା, ଜ୍ଞାନ ବୁଦ୍ଧି ଦାତା

ସକଳ ମଙ୍ଗଳ କରତା।


କବି କାଳିଦାସ, ଉପଇନ୍ଦ୍ର ଭଞ

ତୋ କୃପାରୁ ହେଲେ ପଣ୍ଡିତ,

ଅଚ୍ୟୁତ,ଅନନ୍ତ, ଦାସ ଯଶୋବନ୍ତ

ସେ ବଳରାମ,ଜଗନ୍ନାଥ।

ଜନନୀ

ଶୂଦ୍ରମୁନି ସାରଳା ଦାସ,

କେତେ କେତେ କବି ଅବା ମହାକବି

ପାଇଣ ତୁମରି ଆଶିଷ।


ବସନ୍ତ ପଞ୍ଚମୀ ଚାଟଙ୍କ ପରବ

 ଅଟଇ ତବ ଜନ୍ମଦିନ,

ଆନନ୍ଦ ମନରେ, ସକଳ ବିଦ୍ୟାର୍ଥୀ

ପାଳନ୍ତି ହୋଇ ତୋଷ ମନ।

ଜନନୀ

ତବ କୃପା ବଳରେ ମାତ,              

  ଅଜ୍ଞାନ ଅନ୍ଧାର  ହେଳେ କରି ଦୂର

ଜ୍ଞାନାଲୋକରେ ବିଭୂଷିତ।


ବରଷରେ ଥରେ ଆସଇ ଧରାରେ

ପବିତ୍ର ବସନ୍ତ ପଞ୍ଚମୀ,

ସକଳ ମଙ୍ଗଳ  କାର୍ଯ୍ୟ ଅନୁକୂଳ

କରାଯାଏ ପବିତ୍ର ମାନି।

ପଞ୍ଚମୀ

ତିଥିଟି ଅଟଇ ମହାନ,

ପାଳୁ ଘରେ ଘରେ ଆନନ୍ଦ ମନ ରେ

ସକଳ ଦେଶ ବାସୀ ଗଣ।



Rate this content
Log in

Similar oriya poem from Inspirational