ବର୍ଷା
ବର୍ଷା
ଶ୍ରାବଣ ର ଅସରାଏ ବର୍ଷା
ଭିଜେଇ ଦେଇ
ଚାଲିଗଲା
ମନ, ଦେହକୁ ମୋର
କେଉଁ ଦିନରୁ ସୁପ୍ତ
ମନ ମୋର
ଜାଗ୍ରତ ହେଲା
ପରଶ ରେ ତାର
ମନରୁ ଦୂରେଇ ଗଲା
ଅସରନ୍ତି ସ୍ୱପ୍ନ ର
ତାଜମହଲ
ଯିଏ ଖୋଜୁଥିଲା
କିଏ ସେ ଶିଳ୍ପୀ
ଯିଏ ମୋତେ
ଶିଳାନ୍ୟାସ କରି
ପଥର ଭିତରୁ
ବାହାର କରି
ଦୁନିଆ ର ଆଲୋକ
ଦେଖାଇବା ପାଇଁ
ଆଗଭର
ସେହି ଶିଳ୍ପକାର
ପାଖେ ଆଜି ମୁଁ
ହାର ମାନିଛି
ଜଳାଞ୍ଜଳି
ଦେଇ ଦେଇଛି ମୋର
ସମସ୍ତ କଳ୍ପନାକୁ
ବାସ୍ତବତା ପାଖରେ
ଆଜି ମୁଁ ନିସ୍ବ
ଦଲକାଏ ପବନରେ
ଭାଙ୍ଗି ଯାଇଛି ମୋର
ମେରୁଦଣ୍ଡ
କଳ୍ପନା ଓ ବାସ୍ତବତା
ମଧ୍ୟରେ ମୁଁ ଖୋଜୁଛି
ମୋର ଅସ୍ତିତ୍ବ
ମୋର ଅସ୍ତିତ୍ବ !!