STORYMIRROR

Titi Sarangi

Inspirational

2  

Titi Sarangi

Inspirational

ବର୍ଷା ରାତି

ବର୍ଷା ରାତି

1 min
2.6K


ରିମ୍ ଝିମ୍ ଗୀତ ଗାଇ ଶୁଆଇ ଦିଏ

ବର୍ଷା ରାତି ,

ଭୁଲେଇ ଦିଏ ଦଗ୍ଧ ମନର ଅନେକ

ଅକୁହା ତାତି।

ଲେପି ଦିଏ ଆଖି କୋଣେ ସବୁଜ ସ୍ବପ୍ନ

ଆଗାମୀ ପାଇଁ

ହଜିଲା ଦିନ ତ ଖୋଜିଲେ ମିଳେନି

ଯାଇଛି ବହି।

ବର୍ଷା ରାତି ଆଉଁସି ଦିଏ ଆଞ୍ଜୁଳେ ଶୀତଳ

ପବନ ସାଥେ,

ଉଁକି ମାରି ଯାନ୍ତି କେତେ କାହିଁ କିଏ

ସପନ ପଥେ।

କିଏ ସେ ମଧୁର ,କିଏ ବା ନିଷ୍ଠୁର

ସୃଷ୍ଟିର କୋଳେ,

ମୋ ଅଜ୍ଞତା ଯୋଗୁ ହସିଛି କାନ୍ଦିଛି

ସ୍ବାର୍ଥର ତାଳେ।

ହୃଦୟର କେଉଁ ନିଭୃତ କୋଣରେ

ମୋ ନିଜକୁ ଦେଖେ,

ବର୍ଷା ରାତିର ଗଜଲ୍ ଯେଉଁଠି

ମର୍ମକୁ ଭେଦେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational