STORYMIRROR

Minakshi Samal

Romance Fantasy

3  

Minakshi Samal

Romance Fantasy

ବରଷା ରାଣୀ

ବରଷା ରାଣୀ

1 min
113

ରୂପେଲୀ ପାଉଁଜିର 

ରୁଣୁଝୁଣୁ ଶବଦରେ

ଗୁଞ୍ଜୁରୁଛି ବରଷା ରାଣୀର

ନୃତ୍ୟର ଝଙ୍କାର ।


ଅହରହ ନାଚୁଛି ସେ

ବିବିଧ ଭଙ୍ଗୀମାରେ

ଝଙ୍କୃତ ହେଉଛି ଚତୁର୍ଦ୍ଦିଗେ

ଝର୍ଝର ନିନାଦ ଘନଘୋର ।


ବିରହୀ ଆତ୍ମାର ଆକୁଳ ବିଳାପ

ମିଶିଯାଏ ଅଶରୀରି ହୋଇ

ବର୍ଷାର ତୁହାତୁହା ଗର୍ଜନରେ

ପ୍ରିୟତମ ସଙ୍ଗେ ଏକାକାର ହେବାର

ଗଭୀର ଇଛା ବଳବତୀ ହୁଏ

ପ୍ରଣୟର ସ୍ବପ୍ନରେ ବିଭୋର ହୁଏ ତନୁମନ

ଅଜଣା ପୁଲକେ ପ୍ରେମୀ ହୁଏ ମଗନ

ଘନଘୋର ଘଟା ନଭ ବକ୍ଷେ ଛାଇ ଯାଇ

ଦ୍ବିଗୁଣିତ କରେ ବିରହର ଦହନ ।


ତଡିତ୍ ର ପ୍ରକାଶ,

ଘଡଘଡିର ଭୟାନକ ଶବ୍ଦ

ଚମକାଇ ଦିଏ,

ବିରହିଣୀ ପ୍ରିୟା  

ପ୍ରିୟର ବଳିଷ୍ଠ ବାହୁବନ୍ଧନରେ 

ହେବାକୁ ଚାହେଁ ବିଲୀନ ।


କେକା ପୁଛ ମେଲାଇ 

ଉଲ୍ଲାସରେ କରେ ନୃତ୍ୟ

ସର୍ପରାଜ ଭୟାର୍ତ୍ତ ଚିତ୍ତେ

ବିଳ ମଧ୍ୟେ ହୁଏ ସମାବିଷ୍ଟ।


ଧରଣୀ ସହିତ ବର୍ଷାର ମିଳନ

ବିରହୀ ପ୍ରାଣରେ ସଞ୍ଚରେ ସ୍ପନ୍ଦନ

ତଟିନୀ ହେବାକୁ ଚାହେଁ ସାଗରେ ବିଲୀନ

ବିରହ ର ଅନ୍ତ ହୁଏ

ବାଜି ମିଳନର ବଂଶୀଶ୍ବନ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance