STORYMIRROR

Manorama Mohanty

Romance

2  

Manorama Mohanty

Romance

ବରଷା କୁ ଭାରି ଡର

ବରଷା କୁ ଭାରି ଡର

1 min
112

ବରଷାକୁ ଭାରି ଡର

ବରଷାକୁ ଭାରିଡର ମୋ ପ୍ରିୟାର 

   ଏକାଏକା ରହି ପାରେନା

ବରଷା ଆସିଲେ ପ୍ରାଣ ସଜନୀ ମୋ 

   ଏକା ରହିବାକୁ ଚାହେଁନା

ଝରିଲେ ବରଷା ଝରଝର ତାନେ 

    ପ୍ରିୟା ମୋ ହୁଅଇ ଅଧିର

ଘଡ଼ଘଡି ରଡି ବିଜୁଳି ଚମକ 

   ହରିନିଏ ଚେତା ତାହାର

କି ଲାଗି ଡରେ ସେ ବରଷାକୁ ଏତେ 

   ପଚାରିଲେ କରେ ବାହାନା

ବରଷାକୁ ଭାରିଡର ମୋ ପ୍ରିୟାର 

   ଏକାଏକା ରହି ପାରେନା

ମୋ ଦେହରେ ଆସି ଆଉଜିଯାଏ ସେ 

   ବରଷା ଆସିବା ଶୁଣିଲେ

ଲତାଟିଏ ପରି ଭିଡି ଧରେ ମୋତେ 

   ଡରନା ବୋଲି ମୁଁ କହିଲେ

ବରଷାକୁ ଭାରିଡର ମୋ ପ୍ରିୟାର 

   ଏକାଏକା ରହି ପାରେନା

ବରଷା ଆମର ମିଳନର ଋତୁ 

   ଏ କଥା କେବେ ସେ କହେନା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance