ବ୍ରହ୍ମଚାରିଣୀ
ବ୍ରହ୍ମଚାରିଣୀ
ନବ ରାତ୍ରରେ ମାଆ ଘେନ ମୋର ପ୍ରଣତି
ତୁମରି ଚରଣେ ରହୁ ସଦା ମୋର ଭକତି
ଘୋର ବିପତ୍ତିରୁ ମା ରକ୍ଷା ମତେ କରିବ
ମୁଁ ଯେ ଦୀନ ଅକିଞ୍ଚନ ସାହା ମୋତେ ହୋଇବ
ତୁମରି ପାଦ ପଦ୍ମରେ ଶରଣ ପଶିଛି
ତୁମକୁ ହୃଦୟେ ମାଗୋ ନିତି ମୁ ଡାକୁଛି
ନିତି ନୂଆ ନୂଆ ବିପତ୍ତି ଆସୁଛି ମୋ ପାଖକୁ
କୃପା କର କୃପାମୟୀ ହରି ନିଅ ଦୁଃଖକୁ
ତୁମେ ବ୍ରହ୍ମଚାରିଣୀ ହୋଇ କଠିନ ତପସ୍ୟା କରିଥିଲ
ଜଳ ଫଳ ପତ୍ର ସବୁ ଛାଡି ଥିଲ
ଶିବଙ୍କୁ ପତି ରୂପେ ପାଇବାକୁ ତପସ୍ୱିନୀ ହୋଇଲ
ଶ୍ୱେତ ବସ୍ତ୍ର ତୁମେ ଧାରଣ କରି ଘୋର ତପ କରିଥିଲ
ତୁମେ ମାତା କମଣ୍ଡଳ ଜପା ମାଳି ଧରିଛ
ଭକ୍ତଙ୍କ ମନ ତୁମେ ତ ବୁଝି ପାରୁଅଛ
ସକଳ ଚିନ୍ତାରୁ ମାଆ ମୋତେ କରିବ ଉଦ୍ଧାର
ଭୟକୁ ନାଶିବ ମାଆଗୋ ଦିଅ ଅଭୟ ବର